ବୟସର ଶେଷ ପାହାଚରେ ମାଗିବାକୁ ପଡୁଛି ଭିକ

ବୟସର ଶେଷ ପାହାଚରେ ପେଟରେ ଖଣ୍ଡେ ଦାନା ଦେବା ପାଇଁ ମାଗିବାକୁ ପଡୁଛି ଭିକ l ବୟସ ପାଖାପାଖି 73 ବର୍ଷ ରହିବା ପାଇଁ ନାହିଁ ଘର କି ପେଟରେ ଦେବାପାଇଁ ନାହିଁ ଦାନା l ସରକାରଙ୍କ ଯୋଜନାରେ ଲୋକଙ୍କୁ ମିଳୁଥିବା ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଆଦି ସୁବିଧାରୁ ବଞ୍ଚିତ ଜଗଦିଶ ମଣ୍ଡଳ l ସୂଚନା ଅନୁସାରେ ଜଗଦିଶଙ୍କ ଘର ମାଲକାନଗିରି ଜିଲ୍ଲାର ଅର୍କେଲ MV-37 ଗ୍ରାମରେ l ପରିବାର କହିଲେ କେହି ନାହାନ୍ତି ଛିଣ୍ଡା ଜରି, ଲୁଗା ସିଲେଇ ଏକ କୁଡ଼ିଆ ତିଆରି ଘର l ପେଟରେ ଖଣ୍ଡେ ଦାନା ଦେବା ପାଇଁ ମାଗିବାକୁ ପଡୁଛି ଭିକ l ଭିକ ନ ମାଗିଲେ ସେଦିନ ନିଜର ଭୋକରେ ରହିବାକୁ ପଡୁଛି ଜଗଦିଶକୁ lଭିକ ମାଗି ଓ ଚିରା ଫଟା ପୋଷାକ ପିନ୍ଧି ବିତି ଯାଉଛି ଜଗଦିଶର ଜୀବନ l ଅନେକ ସମୟରେ ଗ୍ରାମବାସୀ ମାନେ ମଧ୍ୟ ନିଜ ଇଚ୍ଛା ମୁତାବକ ତାଙ୍କୁ ସାହାଯ୍ୟ କରୁଛନ୍ତି l ଜଗଦିଶଙ୍କୁ ସରକାରୀ ସହାୟତା କିଛି ମିଳିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଛନ୍ତି l

Comments (0)
Add Comment