ବହୁଳ ପରିମାଣରେ ମଦ ସହ ଅଟୋ ଜବତ , ଅଟୋ ଚାଳକ ଗିରଫ

ଆଜି ଅପରାହ୍ନରେ ପ୍ଲାଣ୍ଟସାଇଟ୍ ପୋଲିଶ ଦଳ କୈ।ଣସି ସୂତ୍ରରୁ ଖବର ପାଇ ଗୋଟିଏ ଅଟୋକୁ ରିଂ ରୋଡରେ ଚିହ୍ନଟ କଲା | ଉକ୍ତ ୧୪ ୟୁ ୭୬୭୯ ନଂ ଅଟୋଟି ବିଦେଶୀ ମଦ ପରିବହନ କରୁଥିଲା | ବହୁ ଖୋଜା ଖୋଜି ପରେ ଉକ୍ତ ଅଟୋରୁ ବିଭିନ୍ନ ବ୍ରାଣ୍ଡର ୨୭୫ ବୋତଲ ବିଦେଶୀ ମଦ ଜବତ କରାଯାଇଛି। ଅଭିଯୁକ୍ତ ଅଟୋ ଚାଳକ ଅଜୟ ପଣ୍ଡା ବୟସ ୫୨ ବର୍ଷ କବି ସମ୍ରାଟପାଲୀ ସେକ୍ଟର ୭ ଅଞ୍ଚଳର ବାସିନ୍ଦାକୁ ଗିରଫ କରାଯାଇ କୋର୍ଟ ପଠାଯାଇଥିଲା ବିଦେଶୀ ମଦ ପରିବହନ ଅଭିଯୋଗରେ | ଏ ନେଇ ପ୍ଲାଣ୍ଟସାଇଟ୍ ଥାନରେ ଏକ ଅବକାରୀ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି ।

Comments (0)
Add Comment