ଚିକିତ୍ସା ରେ ଅର୍ଥ ସାଜିଛି ବାଧକ,ସହାୟତା ପାଇଁ କଲେ ଅନୁରୋଧ

ବାଲେଶ୍ବର (କୋଶଲ ନ୍ୟୁଜ୍) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଗମ୍ଭାରୀଆ ଗାଁ ର ୪୯ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ର। ଶ୍ରୀ ପାତ୍ର ଓଡିଶା ରାଜ୍ୟ ଗୃହ ବୋର୍ଡର ଜଣେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି।

ସେ ଗତ ତା୧୦/୦୬/୨୦୨୧ରିଖ ରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇ ଭଦ୍ରକ କୋଭିଡ୍ ମେଡିକାଲ ରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତା୧୬/୦୬/୨୦୨୧ରିଖ ରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତି କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ, ପରିବାର ଲୋକ ମାନେ ନିଜ ସଂଚିତ ଅର୍ଥ ଏଵଂ ଋଣ ଆକାରରେ ସଂଗ୍ରହ କରି ପ୍ରାୟ ୨,୦୦୦,୦୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି। ସିଟି-ସ୍କାନ୍ ପରେ ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସେ କୋଭିଡ୍-୧୯ କାରଣରୁ ARDS ରେ ପୀଡିତ ଅଛନ୍ତି। ୧୬/୦୬/୨୦୨୧ ରୁ ୦୬/୦୭/୨୦୨୧ ପର୍ଯ୍ୟନ୍ତ ସେ NIV ଅମ୍ଳଜାନ ସପୋର୍ଟ ରେ ଥିଲେ ଏବଂ ୦୭/୦୭/୨୦୨୧ ରୁ ଆଜି ପର୍ଯ୍ୟନ୍ତ ଭେଣ୍ଟୀଲେଟର ସପୋର୍ଟ ରେ ଅଛନ୍ତି।

ଡାକ୍ତରମାନେ କହୁଛନ୍ତି ଯେ ତାଙ୍କର ଅବଶିଷ୍ଟ ଅଙ୍ଗଗୁଡ଼ିକ ଠିକ ଅଛି, ଫୁସଫୁସ ୯୦% ସଂକ୍ରମଣ ହୋଇଚି। ଏହାକୁ ଲକ୍ଷ୍ୟ କରି ଡାକ୍ତରମାନେ ଈକମୋ ଚିକିତ୍ସା ପାଇଁ ପରାମର୍ଶ ଦେଉଛନ୍ତି, ଯାହା ତାଙ୍କ ପାଇଁ ଶେଷ ବିକଳ୍ପ । ବର୍ତ୍ତମାନ୍ ଇକମୋ ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଅର୍ଥ ସାଜିଛି ବାଧକ।

ତେଣୁ ପରବର୍ତ୍ତୀ ମୁହୂର୍ତ୍ତ ରେ ଇକମୋ ଚିକିତ୍ସାପାଇଁ ୫୦,୦୦,୦୦୦ ରୁ ଅଧିକ ଅର୍ଥ ଆବଶ୍ୟକ। ତେଣୁ ଦୟାକରି ସଭିଏଁ ଆଗକୁ ଆସି, ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।
ସାହାଯ୍ୟ କରିବାର ମାଧ୍ୟମ ଫୋନ୍ ପେ/ଗୁଗଲ ପେ -9437952517(ସୁଜାତା ଯେନା) ମିଲାପ୍ ଆପ ମାଧ୍ୟମରେ ମଧ୍ୟ ଆପଣ ସହାଯ୍ୟ କରିପାରିବେ।
https://milaap.org/fundraisers/support-mrutyunjaya-patra?mlp_referrer_id=6049066&utm_medium=whatsapp_share&utm_source=anchor_campaign_review_pending_new

for paytm payment:https://milaap.org/fundraisers/support-mrutyunjaya-patra/deeplink?deeplink_type=paytm

for upi payment: https://milaap.org/fundraisers/support-mrutyunjaya-patra/deeplink?deeplink_type=upi

Comments (0)
Add Comment