ଜଳପାଙ୍କେଲ୍ ଗ୍ରାମରେ ବସୁଧା ଯୋଜନା ଫେଲ୍

ସରକାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା କରିଛନ୍ତି। କିନ୍ତୁ ଯନ୍ତ୍ରୀ, ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହିପରି ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମ ରେ। ଯେଉଁ ଦିନ ଠାରୁ ଜଳ ଯୋଗାଣ ଆରମ୍ଭ ହୋଇଛି ସେହି ଦିନଠାରୁ ଏପର୍ଯ୍ୟନ୍ତ କେବେ ବି ନିୟମିତ ଜଳଯୋଗାଣ ହୋଇପାରିନାହିଁ। ଗ୍ରାମ ବାସୀଙ୍କ କହିବା ଅନୁସାରେ ଅବ୍ୟବସ୍ଥା ଘେରରେ ଜଳଯୋଗାଣ ହେଉଛି ପମ୍ପ ହାଉସ୍ ପରିସର ଅନାବନା ଲଟାବୁଦା ରେ ପରିପୂର୍ଣ୍ଣ ହୋଇଥିବା ବେଳେ କେତେକ ଷ୍ଟାଣ୍ଡ ପୋଷ୍ଟ ରେ ପାଇପ ସଂଯୋଗ କରାଯାଇ ନାହିଁ କେତୋଟି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଯାଇଛି। ଗ୍ରାମର କେତେକ ପଡାକୁ ଏପର୍ଯ୍ୟନ୍ତ ଜଳଯୋଗାଣ ପାଇଁ ପାଇପ୍ ସଂଯୋଗ କରାଯାଇ ନାହିଁ।ଏବେ ଗ୍ରିଷ୍ମ ଦିନ ଆସିଗଲାଣି ଏହି ସମୟରେ ଲୋକଙ୍କୁ ପାଣି ମୁନ୍ଦିଏ ମିଳୁନାହିଁ। ପମ୍ପ ସଂଚାଳକ ଙ୍କୁ ପଚାରିବାରୁ ସେ କୁହନ୍ତି ଗତ ଏକ ମାସ ହୋଇଗଲାଣି ପାଣି ମୋଟର ପୋଡ଼ି ଯାଇଥିବା ରୁ ଗ୍ରାମ ରେ ଜଳଯୋଗାଣ ହୋଇ ପାରୁନାହିଁ। ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଗ୍ରାମ ବାସି ଦାବି କରିଛନ୍ତି ଯେ ଅତି ଶୀଘ୍ର ନୁଆଁ ମୋଟର ବସାଇ ନିୟମିତ ଜଳଯୋଗାଣ କରାଯାଉ।

Comments (0)
Add Comment