ଗୁରୁତର ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରାଜରାସ୍ତା ଉପରେ ଅଟକାଇ ମାଡ

ଭଦ୍ରକ (କୋଶଲ ନ୍ୟୁଜ) ଆଜି ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ମଞ୍ଜୁରରୋଡ ସ୍ଵାସ୍ଥ୍ୟ କେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ ଗୁରୁତର ରୋଗୀ ନେଇ ଘଷିପୁରା ଅଭିମୁଖେ ଯାଉଥିବା ବେଳେ ଓରାଳୀ ଛକ ନିକଟରେ ଆପଣ୍ଡା ଏବଂ ବରକୋଣା ରାମପୁର ଗ୍ରାମର ଦୁଇ ଅସାମାଜିକ ବ୍ୟକ୍ତି ଆମ୍ବୁଲାନ୍ସକୁ ଅଟକାଇବା ସହିତ ଏକ ମଦ ବୋତଲ ସାହାଯ୍ୟରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ , ଏହା ସହିତ ଆମ୍ବୁଲାନ୍ସ ଟିକୁ ଅନୁସରଣ କରି ବସନ୍ତିଆ ନିକଟରେ ପୁଣି ସଂମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଦ୍ୱୟ ନିଜର ମୋଟର ସାଇକେଲକୁ ୧୦୮ ଆମ୍ବୁଲାନ୍ସ ସାମ୍ନାରେ ରଖି ୧୦୮ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ଗାଡିରୁ ଘୋଷାରିଆଣି ମାଡ ମାରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି l

Comments (0)
Add Comment