ଦଳ ଖାଇଗଲା ୭ ଲକ୍ଷ ଟଙ୍କା : ୭ ମାସ ଗଲାନାହିଁ ୭ ଲକ୍ଷ ଟଙ୍କାର କାର୍ଯ୍ୟ

ବୌଦ୍ଧ (କୋଶଲ ନ୍ୟୁଜ୍) ଏମିତି ଏକ ଘଟଣା ଯାହା ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା କାଳରେ ଲୋକ ସାଧାରଣ ଲୋକଟେ ଟଙ୍କାଟିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜିର ଏଭଳି ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି। ସୂଚନାଯୋଗ୍ୟ ୪ବର୍ଷ ପୂର୍ବେ ପୌରପାଳିକାର ଚରମ୍ପା ୨ନମ୍ବର ୱାର୍ଡ଼ ରହଣିଆଠାରେ ଲୋକାର୍ପିତ ହୋଇଥିଲା ଭଦକର ପ୍ରଥମ ଅମୃତ ପାର୍କ।କେବଳ ପାର୍କ ନୁହେଁ ଏକ ବୋଟିଂ କ୍ଳବର ସ୍ୱପ୍ନ ଦେଖିଥିବା ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟନାୟକ ଓ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଆଶା ମଧ୍ୟ ବାସ୍ତବ ରୂପ ନେଇଥିଲା।ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ପାର୍କକୁ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ପାରିଷଦଙ୍କ ଉପସ୍ଥିତିରେ ଉଦଘାଟନ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ପାର୍କ ଓ ବୋଟିଂ କ୍ଳବ ପାଇଁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପାର୍କ ନିକଟରେ ଏକ ବିଶାଳ ଜଳାଶୟକୁ ବୋଟିଂ ନିମନ୍ତେ ପୌର କର୍ତ୍ତୃପକ୍ଷ ଏକ ବୋଟିଂ କ୍ଳବର ଯୋଜନା କରିଥିଲେ।

ଗତ ବର୍ଷ କରୋନା ମହାମାରୀ ପାଇଁ ପାର୍କଟି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ବୋଟିଂ କ୍ଳବ ବି ବନ୍ଦ ରହିଥିଲା…..ଆଉ ଏଥି ଯୋଗୁଁ ବୋଟିଂ କ୍ଳବଟି ପରିତ୍ୟକ୍ତ ଅବସ୍ଥାରେ ଆସି ବିଲାତି ଦଳମୟ ହୋଇଯାଇଥିଲା….ଉକ୍ତ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୌର କର୍ତ୍ତୃପକ୍ଷ ବିଶେଷ କରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ ନେଇ ଉଦାସୀନ ଥିଲେ।
ତେବେ ଏନେଇ ସହରାଞ୍ଚଳରେ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସରକାରଙ୍କ ଉଇ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିବା ସହ ଏଥିପାଇଁ ଆର୍ଥିକ ଅନୁଦାନ ଯୋଗେଇ ଦେଇଥିଲେ।ଏହି କ୍ରମରେ ବୋଟିଂ କ୍ଳବର ପୁନରୁଦ୍ଧାର ପାଇଁ ୭ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହୋଇଥିଲା।

ବଜରଙ୍ଗବାଲୀ ନାମକ ଏକ ସ୍ୱୟଂ ସହାୟିକ ଗୋଷ୍ଠିଙ୍କୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ୪୬୫ଜଣ ପୁରୁଷ ଓ ସମ ସଂଖ୍ୟକ ମହିଳାଙ୍କୁ ମିଶାଇ ମୋଟ ୯୩୦ ଜଣଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟିର ଉଦ୍ୟମ କରାଯାଇଥିଲା କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୬ମାସ ମଧ୍ୟରେ ପାର୍କ ସନ୍ନିକଟ ଏହି ବୋଟିଂ କ୍ଲବ ପାଇଁ ଉଦ୍ଦିଷ୍ଟ ପୁଷ୍କରିଣୀ ପୁଣି ଦଳ ଗଡ଼ିଆରେ ପରିଣତ ହୋଇ ସାରିଛି।ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟକୁ ସଠିକ ଭାବେ ତଦାରଖ ନକରିବା ଏବଂ ଆସିଥିବା ଅନୁଦାନକୁ ସଠିକ ଭାବରେ ବିନିଯୋଗ ହୋଇନଥିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ତେଣୁ ଉକ୍ତ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଉଇ ଯୋଜନାରେ ଆସିଥିବା ବିପୁଳ ଅର୍ଥକୁ ଯେଭଳି ଭାବରେ ପୌର କର୍ତ୍ତୃପକ୍ଷ ବିନିଯୋଗ କଲେ ତାହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା।ପୌରାଞ୍ଚଳ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଉଇ ଯୋଜନାକୁ କିଛି ସ୍ଥାନୀୟ ନେତା ଏବଂ କନିଷ୍ଠ ଯନ୍ତ୍ରୀ ଆତ୍ମସାତ କରିଦେଲେ ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ।

Comments (0)
Add Comment