ଧାମନଗର ନିର୍ବାଚନୀ ମଣ୍ଡଳୀ ର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ଆରୋଗ୍ୟ କାମନା କଲେ ଗ୍ରାମ ର ଗ୍ରାମ ବାସୀ ଓ ଦଳୀୟ କର୍ମୀ

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଅନ୍ତର୍ଗତ ଧାମନଗର ନିର୍ବାଚନ ମଣ୍ଡଳୀ ରେ ଆଜି ତା 6।7।2021 ରିଖ ରେ ସମସ୍ତ ଦେବଦେବୀ ପୀଠ ରେ ଧାମନଗର ନିର୍ବାଚନୀ ମଣ୍ଡଳୀ ର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ଙ୍କ ଆରୋଗ୍ୟ କାମନା କରି ପ୍ରତେକ ପଞ୍ଚାୟତ ଏବଂ ଗ୍ରାମ ର ଗ୍ରାମ ବାସୀ ଦଳୀୟ କର୍ମୀ ମାନେ ଦୀପ ପ୍ରଜ୍ଜ୍ୱଳନ କରି ବିଧାୟକ ମହୋଦୟ ଙ୍କ ଅତିଶୀଘ୍ର ଆରୋଗ୍ୟ ଲାଭ କରିବାକୁ ପ୍ରାର୍ଥନା ସହ ପୂଜା ପାଠ ଇତ୍ୟାଦି କରିଥିଲେ।ବିଗତ 3 ଦିନ ହେବ ବିରୋଧୀ ଦଳ ଉପନେତା କୋରନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇ ଏମସ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ତାଙ୍କ ଅସୁସ୍ତ ତା ଖବର ବ୍ୟାପିବା ପରେ ପୁରା ଧମନଗର ନିର୍ବାଚନୀ ମଣ୍ଡଳୀ ରେ ଶୋକର ଛାୟା ପଡିଥିବା ବେଳେ ସମସ୍ତ ମନ୍ଦିର ର ଯଥା କଟସାହି ଶିବ ମନ୍ଦିର ,ହନୁମାନ ମନ୍ଦିର ,ତଲଗୋପ ବିନ୍ଧା ଚଣ୍ଡୀ ମନ୍ଦିର ରେ ବିଧାୟକ ବିଷ୍ଣୁସେଠୀ ଓ ଯୁବନେତା ସଂଜୀବବେହେରା ଙ୍କ ଆରୋଗ୍ୟ କାମନା କରି ଚଣ୍ଡୀ ପାଠ କରାଯାଇ ପୂଜା କରାଯାଇଛି ,ଆନନ୍ଦ ବଜାର ଲକ୍ଷ୍ମୀ ମନ୍ଦିର,ଅସୁରାଳି ବରୁଣେଇ ମନ୍ଦିର ରେ ଜନସାଧାରଣ ଦୀପ ଦାନସହ ଚଣ୍ଡୀ ପାଠ କରି ଶ୍ରୀ ସେଠି ଙ୍କର ଆରୋଗ୍ୟ କାମନା କରିଥିଲେ

Comments (0)
Add Comment