ଫୁଟିଲା ବ୍ରହ୍ମକମଳ ଫୁଲ

ଭଦ୍ରକ (କୋଶଲ ନ୍ୟୁଜ) 06/07/2021 ବ୍ରହ୍ମକମଳ ଫୁଲ:ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମ ଠାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଥିବା ଜଣାପଡିଛି । ରାଢୋ-ରହଣିଆ ସୀମାନ୍ତ ସ୍ଥାନରେ ନୃସିଂହ ଚରଣ ତ୍ରୀପାଠୀଙ୍କ ବାଡିରେ ପ୍ରଥମ କରି ଏହି ଫୁଲ ଫୁଟିଥିବା ଦେଖାଯାଇଛି । ଗତ ରବିବାର ରାତି ପ୍ରାୟ ୮ଟାରୁ ୯ଟା ଭିତରେ ଗଛରେ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗଛ ନିକଟରେ ପୂଜାର୍ଚ୍ଚନା କରାଯାଇ ଫୁଲକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା । ଉକ୍ତ ଫୁଲ ଧରାପୃଷ୍ଠରେ କାଁଭାଁ ଫୁଟୁଥିବାବେଳେ ଏହା ଜଗନ୍ନାଥ ମହାପ୍ରଭୁଙ୍କ ଅତିପ୍ରିୟ ବୋଲି କଥିତ ଅଛି । ଏହି ଫୁଲଟି ରାତିରେ ଫୁଟି ସକାଳ ହେବା ଯାଏଁ ମଉଳି ଯାଏ ।

Comments (0)
Add Comment