ତେଲ ଦର ବୃଦ୍ଧି ପ୍ରତିବାଦ ରେ ବାମପନ୍ଥୀ ଦଳ ର ବନ୍ଦ ଡାକରା।

ଭଦ୍ରକ (କୋଶଲ ନ୍ୟୁଜ) ଅହେତୁକ ତେଲ ଦର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ସଖାଳ ୬ ରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିତ ବାମପନ୍ଥୀ ସଂଗଠନ ପକ୍ଷରୁ ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ ,ସିପିଆ (ଏମ -ଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ସମର ବଳ, ସିପିଆଇ ଜିଲ୍ଲା ସମ୍ପଦକ ଶୁଭେଦ୍ର ପ୍ରତାପ ମହାନ୍ତି ଓ କର୍ମୀ ମାନେ ପିକେଟିଂ କରି ଦୋକାନ, ବଜାର, ଅଫିସ, ବନ୍ଦ କରିବା ସହ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାମାରୀ କୋରୋନା ସମୟରେ ଲୋକଙ୍କ ଜୀବନ ଓ ଜୀବିକା ଯାଉଥିବା ବେଳେ ଏପରି ଅହେତୁକ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହେଲାଣି।ପେଟ୍ରୋଲ, ଡିଜେଲ ଶହେ ପାର ହେଲାଣି।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ଅଗାମୀ ଦିନରେ ତେଲ ଦର ହ୍ରାସ ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ।ତେବେ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି

Comments (0)
Add Comment