ଧାମନଗର-କଂଗ୍ରେସ ପକ୍ଷରୁ ଗଣଧାରଣା

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ କଂଗ୍ରେସ ଦଳ ପକ୍ଷରୁ ପେଟ୍ରୋଲ , ଡିଜେଲ ଓ ଖାଇବା ତେଲ ର ଦର ବୃଦ୍ଧି ପାଇଁ ବିଖ୍ଯୋଭ କରାଯାଇଛି। ତେଲ ଦର ବୃଦ୍ଧି ପାଇଁ ଦରଦାମ ଆକାଶ ଛୁଆଁ l ବସ ଭଡା ବଢୁଛି l ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଆଜି ଏଥି ପାଇଁ ଚରମ ଦୁର୍ଦଶା ଭୋଗୁଛନ୍ତି l ରନ୍ଧନ ଗ୍ୟାସ ର ଦାମ ବଢ଼ି ବଢ଼ି ଚାଲିଛି lକେନ୍ଦ୍ରରେ ୟୁପିଏ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ର ଦାମ 70-75 ଟଙ୍କା ଭିତରେ ଥିଲା l ମାତ୍ର ଆଜି ଅନାର୍ଜାତୀୟ ବଜାରରେ ଅଶୋଧିତ ତୈଳ ର ଦର ବ୍ୟାରେଲ ପିଛା 50 ଟଙ୍କା ରୁ କମ ଥିବା ବେଳେ ପେଟ୍ରୋଲ ,ଡିଜେଲ ଦର 100 ଟଙ୍କା ପାର ହୋଇଯାଇଛି l ଏହାକୁ ନେଇ କଂଗ୍ରେସ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆଜି ପିସିସି ସଭାପତି – ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶରେ 7 ରୁ 17 ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ବିକ୍ଷୋଭ ଏବଂ ଗଣଧାରଣା ଦିଆଯିବ । ଆସନ୍ତା 9 ତାରିଖ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ସହିତ 17 ତାରିଖ ରେ ପେଟ୍ରୋଲ ପମ୍ପ ସମ୍ମୁଖରେ ସାଧାରଣ ଲୋକଙ୍କୁ ସମ୍ନା କରିବ କଂଗ୍ରେସ ଦଳ.

Comments (0)
Add Comment