ଧାମନଗର ଥାନା ପରିସରରେ ଟୀକାକରଣ ଅନୁଷ୍ଠିତ

ଧାମନଗର (କୋଶଲ ନ୍ୟୁଜ୍) :ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ 18 ରୁ 45 ବର୍ଷୀୟ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି.ତେବେ ପୋଲିସ କାର୍ଯ୍ୟକର୍ତା ମାନେ ନିଜ ନିଜର କାର୍ଯ୍ୟ ବ୍ୟବସ୍ଥା ଭିତରେ ଟୀକା ନେଇପାରୁନାହାନ୍ତି.ସେମାନେ ଆଗ ଧାଡ଼ିର କରୋନା ଯୋଦ୍ଧା ହେଇଥିଲେ ମଧ୍ୟ ନିଜର କର୍ତ୍ତବ୍ୟ କୁ ପ୍ରାଥମିକତା ଦେଉଥିବା କାରଣରୁ ନିଜପାଇଁ ଟୀକା ଗ୍ରହଣ କରିପାରିନାହାନ୍ତି. ତେଣୁ ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଧାମନଗର ଥାନା ପରିସରରେ କେବଳ କାର୍ଯରତ ପୋଲିସ ଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ଧାମନଗର ଥାନା ର କାର୍ଯ୍ୟକର୍ତା, ଧୂସୁରି ଥାନା ର କାର୍ଯ୍ୟକର୍ତା, ଭଣ୍ଡାରିପୋଖରୀ ଥାନା କାର୍ଯ୍ୟକର୍ତା ମାନେ ଯୋଗ ଦେଇ ଟୀକା ଗ୍ରହଣ କରିଥିଲେ

Comments (0)
Add Comment