ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା

ଭଦ୍ରକ (କୋଶଲ ନ୍ୟୁଜ) ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ବେହେରାଙ୍କୁ ସଂସ୍କୃତି ଭବନରେ ବିଦାୟୀ କାଳୀନ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଦ୍ୱୀପ ପ୍ରଜ୍ଵଳିତ କରି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ,ଏହି ସଭାରେ ଅନୁଷ୍ଠାନର ବରିଷ୍ଠ କଳାକାର ଶ୍ରୀଯୁକ୍ତ କାଳନ୍ଦୀ ମଲ୍ଲିକ ବେଦ ମନ୍ତ୍ର2 ଉଚ୍ଚାରଣ କରି ଅତିଥି ପରିଚୟ କରାଇଥିଲେ, ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବେହେରା ସ୍ଥାନ ଅଳଙ୍କୃତ କରିଥିଲେ, ବରେନ୍ୟ ଅତିଥି ଭାବେ ବରିଷ୍ଟ ଓକିଲ ଶ୍ରୀଯୁକ୍ତ ଶିବ ପ୍ରସାଦ ମହାନ୍ତି ,ନଟରାଜ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରସାଦ ପରିଡା ଓ ଭଦ୍ରକ ତଥା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ରୁ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଡ଼ ସୁଧାଂଶୁ ନାୟକ ମହୋଦୟଙ୍କୁ ପୁଷ୍ପ ଚାରା ଦେଇ ଅନୁଷ୍ଠାନର ବରିଷ୍ଠ କଳାକାର ସୁମତି ପଣ୍ଡା ଅତିଥି ମାନଙ୍କୁ ସ୍ଥାନ ଅଳଙ୍କୃତ କରାଇଥିଲେ, ଏହି ସଭାରେ ଡ଼ ନାୟକ ସଭାପତିତ୍ବ କରିଥିଲେ ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅମର ନାୟକ, ଶ୍ରୀଯୁକ୍ତ ଅଶୋକ ନାୟକ, ଶ୍ରୀଯୁକ୍ତ ଗୌରହରି ନାୟକ, ଯୁବ ସାମ୍ବାଦିକ ଶ୍ରୀ କମଳ ଲୋଚନ ପଣ୍ଡା ଙ୍କ ସମେତ ଅନୁଷ୍ଠାନର ସମସ୍ତ କଳାକାର ଉପସ୍ଥିତ ଥିଲେ । ପରେ ଗତ ମାର୍ଚ୍ଚରେ ମଞ୍ଚସ୍ତ ହୋଇଥିବା ଓଡିଶା ସରକାରଙ୍କ ଦ୍ୱାରା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ” ଗାନ୍ଧିଙ୍କ ଓଡିଶା ” ନାଟକରେ ଅଭିନୟ କରିଥିବା କଳାକାର ମାନଙ୍କୁ ମାନପତ୍ର ପ୍ରଦାନ ଶ୍ରୀଯୁକ୍ତ ବେହେରା ପ୍ରଦାନ କରିଥିଲେ। ଅନୁଷ୍ଠାନର ବରିଷ୍ଟ କଳାକାର ନରେନ୍ଦ୍ର ପରିଡା, ସଙ୍ଗୀତ ନିର୍ଦେଶକ ଡ଼ କେଶବ ଜେନା,ଶିବ ପ୍ରସାଦ ମହାନ୍ତି, କାଳନ୍ଦୀ ମଲ୍ଲିକ, ନିର୍ମଳ ପରିଡା, ସୁମତି ପଣ୍ଡା ପ୍ରମୁଖ କିଛି ନାଟକର ସଂଳାପ,ସଙ୍ଗୀତ ଜୀବନ୍ତ ଅଭିନୟ କରିଥିଲେ।ଶେଷରେ ସୁମତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment