ପବିତ୍ର ରଥଯାତ୍ରା ଉପଲକ୍ଷେ ବୃନ୍ଦାବନ କଳାକେନ୍ଦ୍ର ପକ୍ଷରୁ ସହାୟତା ପ୍ରଦାନ

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକର ଏକ ଅଗ୍ରଣୀ କଳା ସଙ୍ଗୀତ ଓ ନୃତ୍ୟ ଶିକ୍ଷାକେନ୍ଦ୍ର “ବୃନ୍ଦାବନ କଳାକେନ୍ଦ୍ର” ଗତ ଦେଢ଼ ବର୍ଷ ଧରି କୋରୋନା ସଚେତନତା କାର୍ଯ୍ୟକ୍ରମ କରିଆସୁଛି । ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଭଦ୍ରକ ସ୍ଥିତ ଜଳଙ୍ଗା ଗ୍ରାମର ଆଦିବାସୀ ବସ୍ତିରେ କୋରୋନା ସଚେତନତା କରିବା ସହ ମାସ୍କ, ସାନିଟାଇଜର,ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। କଳାକେନ୍ଦ୍ରର ନିର୍ଦେଶକ ତଥା ପ୍ରାକ୍ତନ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି ଙ୍କ ସମେତ ଅଧ୍ୟାପକ ତଥା ଯୁବ ସମାଜସେବୀ ନିରଞ୍ଜନ ସାମଲ , ଯୁବ ସାମ୍ବାଦିକ କମଳ ଲୋଚନ ପଣ୍ଡା, ଛାତ୍ର ବନ୍ଧୁ ରାଧାକାନ୍ତ ସାହୁ ,ଶ୍ରୀକାନ୍ତ ପାଣି, ସୁଧାକର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟଟିକୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ। କଳାକେନ୍ଦ୍ରର ଏପରି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରସଂଶା କରିଛନ୍ତି।

Comments (0)
Add Comment