Tro24 ତରଫରୁ ପୋଲିସ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ ଓ ମାସ୍କ ପ୍ରଦାନ

ଭଦ୍ରକ (କୋଶଲ ନ୍ୟୁଜ) କରୋନା ମହାମାରୀ ରେ ସାରା ଦେଶ ପ୍ରଭାବିତ ହେଉଥିବା ବେଳେ, ଲକଡାଉନ ସଟଡାଉନରେ ଲୋକ ମାନେ ନିଜ ନିଜ ଘରେ ରହି ନିଜକୁ କରୋନା କବଳରୁ ରକ୍ଷା ପାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି,କିନ୍ତୁ କରୋନା ଯୋଦ୍ଧା ମାନେ ପରିବାର କୁ ଛାଡି ନିଜ ଜୀବନ କୁ ବାଜିରେ ଲଗାଇ ଆମ୍ଭମାନଙ୍କୁ ସେବା ଯୋଗାଇ ଚାଲିଛନ୍ତି.କରୋନା ମହାମାରୀ ସହିତ ହେଉଥିବା ଲଢେ଼ଇ ରେ ପ୍ରଥମ ଧାଡି ରେ ପୋଲିସ କାର୍ଯ୍ୟକର୍ତା ମାନଙ୍କ ର ପ୍ରମୁଖ ଭୂମିକା ରହିଛି.ପୋଲିସ ବନ୍ଧୁ ମାନେ ଖରା ବର୍ଷାକୁ ଖାତିର ନକରି ନିଜର ସମସ୍ତ ଖୁସି କୁ ପଛରେ ପକାଇ ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି. ଆଜି ଭଦ୍ରକ ଜିଲ୍ଲାରେ TRO24 news ତରଫରୁ ଏହି ଯୋଦ୍ଧା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମାସ୍କ ପ୍ରଦାନ କରାଯାଇଛି. ଏହି କାର୍ଯ୍ୟକ୍ରମଟି Tro24 news ର ଭଦ୍ରକ ବିରୋଚିପ ସେକ ସାହିଦ କାଦିର ଙ୍କ ନେତୃତ୍ୱରେ ଭଦ୍ରକ ଟାଉନ ରିପୋର୍ଟର ସେକ ଅବଦୁଲ ଫିତର ଓ ତିହିଡି ବ୍ଲକ ରିପୋର୍ଟର ମଦିନା ବିବି, ଓ ଧାମନଗର ବ୍ଲକ ରିପୋର୍ଟର କାହ୍ନୁ ଚରଣ ଜେନା,ଓ ଭଣ୍ଡାରିପୋଖରୀ ବ୍ଲକ ରିପୋର୍ଟର ମଳୟ ରଞ୍ଜନ ଦାଶ ଉପସ୍ଥିତ ଥିଲେ.

ପ୍ରଥମେ ଭଦ୍ରକ ଜିଲ୍ଲାର ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ପରେ ଭଦ୍ରକ ଟାଉନ ଥାନା, ପୁରୁଣା ବଜାର ଥାନା, ବାସୁଦେବପୁର ଥାନା ଓ ଧାମନଗର ଥାନା କୁ ଯାଇ ପୋଲିସ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମାସ୍କ ପ୍ରଦାନ କରିଛନ୍ତି ଓ ଆଗାମୀ ଦିନରେ ପୋଲିସ ବନ୍ଧୁ ମାନଙ୍କୁ ସହଯୋଗ ହାତ ବଢାଇTRO 24news ।

Comments (0)
Add Comment