ଭଦ୍ରକରେ ଆଜି କୋଟିଏ ଟଙ୍କାର ବ୍ରାଉନାଉଗର ଜବତ ; ୪ ଗିରଫ

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଆଜି ପୁଣି ବଡ ସଫଳତା ମିଳିଛି । କୋଟିଏ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବଦ ସହ ୪ ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଏକ ଅଟୋ ଯୋଗେ ଜଳେଶ୍ବରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥରେ ଚଡଉ କରି ଏହି ବ୍ରାଉନସୁଗାର ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଏହି ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସପି ଚରଣ ସିଂହ ମିନା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଜଳେଶ୍ବରରୁ ଏହି ବ୍ରାଉନସୁଗାର ଅଟୋ ରେ ଭଦ୍ରକ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରେ ଗ୍ରାମାଞ୍ଚଳ ପୋଲିସ ଏହି ଅଟୋକୁ ଅଟକାଇ ଥିଲା । ସେଠାରେ ଯାଞ୍ଚ ସମୟରେ ଅଟୋରୁ ବ୍ରାଉନସୁଗାର ଜବତ ହୋଇଥିଲା । ତେବେ ଅଟୋରେ ଥିବା ୪ ଜଣକୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ମହିଳା ସମ୍ପୃକ୍ତ ଥିବାବେଳେ ସେମାନଙ୍କ ପାଖରୁ ୧ ଲକ୍ଷ ଟଙ୍କା ଓ ଗୋଟିଏ ଅଟୋ ଗାଡି ଓ ୩ ଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି । ଗିରଫଙ୍କ ମଧ୍ୟରେ ଜଳେଶ୍ବର ଅଞ୍ଚଳର ବ୍ରାଉନସୁଗାର ମାଫିଆ (ଚାଚି)ର ଭାଇ ଓ ମୋଷ୍ଟ ୱାନଟେଡ଼ ମାଫିଆ ଏସ.କେ ଅସଗର ର ଶ୍ୱଶୁର ଏସ.କେ ଅବଦୁଲ ହମିଦ ମଧ୍ୟ ଗିରଫ ହୋଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଜ଼ିଲ୍ଲା ଖଇରା ଥାନା ଉଦୟପୁର ଗାଁ ର ମନୋଜ ଦାସ , ଭଦ୍ରକ ଗ୍ରାମାଞ୍ଚଳ ଥାନା ବରାଳପୋଖରୀ ଗାଁ ର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ ଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

Comments (0)
Add Comment