ଆଜି ମାତୃ ମଙ୍ଗଳ କେନ୍ଦ୍ର କୁଆଂଶ ଠାରେ ପିସିଭି ଟୀକା ର ଶୁଭାରମ୍ଭ ହୋଇଛି

ଭଦ୍ରକ (କୋଶଲ ନ୍ୟୁଜ) ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବ ରେ ମାନ୍ୟବର ସାଂସଦ ଶ୍ରୀମତି ମଞ୍ଜୁଲତା ମଣ୍ଡଳ ଭଦ୍ରକ,ଜିଲ୍ଲାପାଳ ଡ଼କ୍ଟର ଜ୍ଞାନ ଦାସ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଭଣ୍ଡାରିପୋଖରୀ ବିଧାୟକ ଙ୍କ ପ୍ରତିନିଧି ଇଁ ପ୍ରୟାସକାନ୍ତି ସାମଲ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।CDMO ଯୋଗ ଦେଇ ଭ୍ୟାକସିନ ର ଶୁଭାରମ୍ଭ କରିଥିଲେ ।ଆଜି ରାଜ୍ୟ ପାଇଁ ଏକ ଖୁସିର କଥା ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପଦକ୍ଷେପ ଶିଶୁ ହଁସିଲେ ଦୁନିଆ ହଁସିବ ପିସିଭି ଟିକା ପ୍ରଥମେ ଦେଢ ମାସ ର ଶିଶୁକୁ ଦିଆହେବ ତାହା ପରେ ତିନି ମାସ ର ପିଲା ଏବଂ ନଅ ମାସ ର ପିଲାକୁ ମଧ୍ୟ ଟିକା ଦିଆଯିବାଟିକା ଦେବା ଦ୍ଵାରା ଶିଶୁ ମାନଙ୍କୁ ନିମୁନିଆ ହେବ ନାହିଁ ପାଖାପାଖି ୨ ବର୍ଷ ର ପିଲା ଯାଏ ୩୦ % ହେବ ନାହିଁ ବୋଲି ଆଜି CDMO କହିଛନ୍ତି । ସେପଟେ ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ କହିଛନ୍ତି ସମସ୍ତେ ଶିଶୁ ଯଥା ଶିଘ୍ର ଆସି ତିନୋଟି ପ୍ରର୍ଯ୍ୟାୟ ରେ ପିସିଭି ଟିକା ନେବା ପାଇଁ ଅନୁରୋଧ କଲେ ।

Comments (0)
Add Comment