ଟଙ୍କା ଦେଲେ ମିଳିବ ଟିସି। ସତ୍ୟ ସାଇ ଗୁରୁକୁଲ ନାମରେ ଯୋଡି ହେଲା ଆଉ ଏକ ସଙ୍ଗୀନ ଅଭିଯୋଗର ଫର୍ଦ୍ଦ

ଭଦ୍ରକ (କୋଶଲ ନ୍ୟୁଜ୍) ଖଜୁରୀ ଗଛର କି ଗୁଣ ଗାଇବି ସେତ ମୂଳରୁ ପାହାଚ ପାହାଚ। ଆଜ୍ଞା ହଁ ବହୁ ଚର୍ଚ୍ଚିତ ସତ୍ୟ ସାଇ ଗୁରୁକୁଲ ନାମରେ ଆକ ଏକ ସଙ୍ଗୀନ ଅଭିଯୋଗର ଫର୍ଦ୍ଦ ଯୋଡିଲେ ଆଉ ଜଣେ ଅଭିଭାବକ।
ଗୋଟେ ପରେ ଗୋଟେ ରହସ୍ୟ ଉପରୁ ଉଠୁଛି ପରଦା….ଟିସି ଆଣିବାକୁ ଯାଇଥିବା ଜଣେ ଅଭିଭାବକଙ୍କୁ ଟିସି ଦେବା ବଦଳରେ ଅଭିଭାବକଙ୍କୁ ଧମକ ଚମକ ଦେଉଛନ୍ତି ସତ୍ୟ ସାଇ ଗୁରୁକୁଲ ସ୍କୁଲର କର୍ତ୍ତୃପକ୍ଷ। ସମସ୍ତ ଟଙ୍କା ପୈଠ ନକଲେ ମିଳିବନି ଟିସି। ଟଙ୍କା ନଦେଲେ ଆମେ ଟିସି ଦେବୁନି ତମେ ଆମର କଣ କରିବାର ଅଛି କର। ଆମ ହାତରେ ସରକାରୀ କଳ।
ଭଦ୍ରକ ଡିଇଓ, ବନ୍ତ ବିଇଓ ଏବଂ ଭଦ୍ରକ ଜିଲ୍ଲାପାଳ ବି ଆମ ହାତରେ। ତେବେ ପିଲାର ଆର୍ଡମିଶନ ହେବା ନେଇ ଦେଇଥିବା ଟଙ୍କା ଫେରେଇବା ବଦଳରେ ଓଲଟା ଟିସି ଦେବା ନାମରେ ଜୋର ଜବରଦସ୍ତ କରି ଆଦାୟ କରୁଛନ୍ତି ମୋଟା ଅଙ୍କର ଟଙ୍କା। ତେବେ ବହୁ ଗୁଡିଏ ଅଭିଯୋଗ ହେଲା ପରେ ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦ ନଭାଙ୍ଗିବା ଯାହା ସବୁଠୁ ବଡ଼ ପ୍ରଶ୍ନ ହୋଇ ଉଙ୍କି ମାରୁଛି।

ସରକାରୀ ସ୍କୁଲର ସବୁ ଭିତି ଭୂମି ଥାଇ ସୁଦ୍ଧା ସରକାର ବନ୍ଦ କରିବାକୁ ନିଷ୍ପତି ନେଉଥିବା ବେଳେ ବେସରକାରୀ ସ୍କୁଲରେ କୌଣସି ଭିତି ଭୂମି ନଥାଇ ସରକାରୀ ସ୍ତରରେ ବେସରକାରୀ ସ୍କୁଲକୁ ସହଯୋଗ କରିବା ଯାହା ସାରା ଜିଲ୍ଲାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comments (0)
Add Comment