ଭଦ୍ରକ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୀମା ରାଣୀ ନାୟକ

ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା 2021 ଦଶମ ଶ୍ରେଣୀ ପରୀକ୍ଷାରେ ଭଦ୍ରକ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗେଲାପୁର ସ୍ଥିତ ବାପୁଜୀ ହାଇ ସ୍କୁଲ ର ଛାତ୍ରୀ କୁମାରୀ ସୀମା ରାଣୀ ନାୟକ, ସୀମା ରାଣୀ ମୋଟ ୫୭୭ (A1) ମାର୍କ ରଖି ଭଦ୍ରକ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ଗେଲାପୁର ବାପୁଜୀ ହାଇସ୍କୁଲ ତଥା ପିତା ଶ୍ରୀ ଦିଲ୍ଲୀପ କୁମାର୍ ନାୟକ ଓ ମାତା ଶ୍ରୀମତୀ ଅମିତା ନାୟକ କୁ ଗୌରବନିତ କରିଛନ୍ତି।

ସୀମା ରାଣୀଙ୍କର କହିବା ଅନୁସାରେ ସେ ଦିନକୁ ୧୨ ରୁ ୧୪ ଘଣ୍ଟା ପରିଶ୍ରମ ସହ ତାଙ୍କ ଶିକ୍ଷକ, ପିତା ମାତା ଓ ଗୁରୁଜନ ତଥା ତାଙ୍କ ଇଷ୍ଟ ଦେବତା ବଜରଙ୍ଗ ବାଳୀଙ୍କୁ ତାଙ୍କ ସଫଳତାର ର ଶ୍ରେୟ ଦେଇଛନ୍ତି।

ସୀମା ରାଣୀ ଆଗକୁ ଜଣେ ଭଲ ଡାକ୍ତର ହୋଇ ଦୁଃଖୀ ଓ ଦାରିଦ୍ର୍ୟ ଙ୍କର ସେବା କରିବା ର ଲକ୍ଷ୍ୟ ରଖିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Comments (0)
Add Comment