ନିୟମ ଉଲଂଘନ କାରଣରୁ ସମ୍ପୂର୍ଣ୍ଣ ବଜାର କୁ ସଟଡାଉନ ଘୋଷଣା

ଧାମନଗର: (କୋଶଲ ନ୍ୟୁଜ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ବଜାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସଟଡ଼ାଉନ ଘୋଷଣା କରାଯାଇଛି.ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା କଡରେ ଅସୁରାଳି ବଜାର, ବିଗତ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ଅନେକ ଲୋକ କରୋନା ରେ ସଂକ୍ରମିତ ହୋଉଥିଲେ ଏବଂ କିଛି ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି. ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକୀୟ ଦୋକାନ ସୀମିତ ସମୟ ଖୋଲା ଯିବା ପାଇଁ ନିୟମ ଜାରି କରିଥିବା ବେଳେ ଏହି ଅଞ୍ଚଳରେ ଅନେକ ଦୋକାନ ଖୋଲାଥିବା ଏବଂ ସୀମିତ ସମୟ ପରେ ଲୁଚି ଲୁଚି ଦୋକାନ ଖୋଲିବା ଏବଂ ଜନଗହଳି ସହିତ ସମସ୍ତ ନିୟମ କୁ ଉଲଂଘନ କରୁଥିବାର ଦୃଶ୍ୟ ଜିଲ୍ଲା ପ୍ରଶାସନ ନଜର କୁ ଆସିଥିଲା, ତେଣୁ ପ୍ରଶାସନ ତରଫରୁ (ମଙ୍ଗଳବାର ଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ) 48 ଘଣ୍ଟା ପାଇଁ ଅସୁରାଳି ବଜାର କୁ ସଟଡାଉନ ଘୋଷଣା କରାଯାଇଛି

Comments (0)
Add Comment