ଗୋରାମାଟି ଭିଡ଼ିଓ ଭାଇରାଲ ପ୍ରସଙ୍ଗ:
ସାବରଙ୍ଗ ପୋଲିସ ର କାର୍ଯ୍ୟନୁଷ୍ଠାନ : ଅଭିଯୁକ୍ତ ଚିନ୍ମୟ ମାଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ

ଭଦ୍ରକ (କୋଶଲ ନ୍ୟୁଜ) ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତରେ ସରପଞ୍ଚ ଚକପୁର ଗ୍ରାମର ବଂଶୀଧର ରଣାଙ୍କ ଏକ ଆବାସ ଯୋଜନାର ପ୍ରଥମ ବିଲ୍‌ ପ୍ରଦାନ ସମୟରେ ୨୦୦୦ ଟଙ୍କା ଲାଞ୍ଚ ନେବାବେଳର ଅଡିଓ ତାଙ୍କ ପୁଅ ଖଗେଶ୍ଵର ରଣା ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା କାରଣରୁ ଉଭୟ ଭାଇ ଖଗେଶ୍ଵର ଓ ପ୍ରହ୍ଲାଦଙ୍କୁ ପ୍ରଞ୍ଚାୟତ କାର୍ଯ୍ୟାଳୟରେ ପୁରାଇ ମରଣାନ୍ତକ ଆକ୍ରମଣ କରିଥିବା ଓ ସେମାନେ ଭଦ୍ରକ ଡାକରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମା’ କୁନ୍ତଳା ରଣା ସାବରଙ୍ଗ ଥାନାରେ ଲିଖିତ ଏତେଲା ଦେଇଥିଲେ ! ଗଣମାଧ୍ୟମରେ ଏହା ସ୍ଥାନୀତ ହେବା ଓ ବିଭିନ୍ନ ରାଜନୈତିକ ଦଳ ସଂପର୍କରେ ସ୍ଵର ଉଠାଇବା ପରେ ସାବରଙ୍ଗ ପୋଲିସ୍‌ ସରପଞ୍ଚ ଗଣେଶ ମଲ୍ଲିକ, ସୁରିଆ ଖୁଣ୍ଟିଆ, ଟୁନା ଜେନା ଓ ସନା ବେହେରା ପ୍ରମୂଖ ଆସାମୀ ମାନଙ୍କୁ ଗିରଫ କରି ସଂଗେ ସଂଗେ ସର୍ତ୍ତମୂଳକ ଜାମିନୀରେ ଛାଡି ଦେଇଥିଲେ !


ସୂଚନା ଥାଉକି, ମାଡମାରିବା ସହିତ ୨ଭାଇଙ୍କ ମୋବାଇଲ ଓ ୨୦୦୦୦ ଟଙ୍କା ଛଡାଇ ନେଇଥିବା ବେଳେ ଗିରଫ ହେବା ପରେ ମୋବାଇଲ ୨ଟି ପୋଲିସ ମାର୍ଫତରେ ଫେରାଇ ଦେଇଥିଲେ ! ତେବେ, ଖଗେଶ୍ଵରଙ୍କ ମୋବାଇଲରେ ସରପଞ୍ଚଙ୍କ ବିରୁଦ୍ଧରେ ଥିବା ସମସ୍ତ ଡାଟାକୁ ଉଡାଇ ଦେଇ ମନିଷା ଶୁଭମ ରଣା ଓ ରୋଜି ନାମରେ ଫେକ୍ ଆଇ.ଡି. ଖୋଲି ଖଗେଶ୍ଵରର ମୋବାଇଲରୁ ଖଗେଶ୍ଵରର ସାଙ୍ଗ ମନୀଷା , ତାର ପରିବାର ଓ ବନ୍ଧୁ ବାନ୍ଧବ ଓ ସାଙ୍ଗସାଥିଙ୍କ ପାଖକୁ ଅଶ୍ଳୀଳ ଭିଡ଼ିଓ ଛାଡିଛନ୍ତି ସରପଞ୍ଚ ଙ୍କ ପୁତୁରା ଚିନ୍ମୟ ମାଲିକ , ଏଥି ସହିତ ୧୩ ତାରିଖରୁ ତାଙ୍କ ପୁଅ ନିଖୋଜ ହୋଇଯାଇଥିବାର ଦର୍ଶାଇ କୁନ୍ତଳା ରଣା ତୁରନ୍ତ ତାଙ୍କ ପୁଅକୁ ଖୋଜି ବାହାର କରିବା ସହିତ ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିବାକୁ ଲିଖିତ ଅଭିଯୋଗ କରିଥିଲେ ସାବରଙ୍ଗ ଥାନା ରେ ! ଏ ନେଇଁ ସାବରଙ୍ଗ ଥାନା ପୋଲିସ ସେକ୍ସ ଭିଡିଓ ଭାଇରଲ ପ୍ରସଙ୍ଗ ରେ ତଦନ୍ତ କରି ସରପଞ୍ଚ ଗଣେଶ ପ୍ରସାଦ ମଲିକ ଙ୍କ ପୁତୁରା ଓରଫ କରୁଣାକର ମଲିକ ଙ୍କ ପୁଅ ଚିନ୍ମୟ ମଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାବରଙ୍ଗ ପୋଲିସ…

Comments (0)
Add Comment