ବିଜୁ ସେତୁ ଯୋଜନା ଦେଇ ଯାଉଥିବା ପିଚୁ ରାସ୍ତା ନିମ୍ନ ମାନର ହେତୁ ଅଭିଯୋଗ

କଳାହାଣ୍ଡି (କୋଶଲ ନ୍ୟୁଜ୍) ରାଜ୍ୟସରକାରଙ୍କ ପକ୍ଷରୁ 5T ଲାଗୁ ଥିବା ନିୟମ କୁ ଫୁ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାର୍ଯ୍ୟଟି ଅଳ୍ପଦିନ ମଧ୍ୟରେ ନଷ୍ଟ ହେବାକୁ ଯାଉଛି ବୋଲି ଅଭିଯୋଗ, ଏଭଳି ଏକଅଭିଯୋଗର ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡା ପଞ୍ଚାୟତର ଡୋକ୍ରୀ ପଡ଼ା ଠାରୁ ଆଟିଗାଁ ରାସ୍ତା ରେ ନିର୍ମାଣ ହୋଇଥିବା ପିଚୁ କାର୍ଯ୍ୟ ଚାରି ଦିନ ମଧ୍ୟରେ ସମ୍ପାଦନହୋଇଛି, ହେଲେ ପିଚୁରେ(ଦାମୁର)ପରିମାଣ ଅଳ୍ପ ଥିବା ବେଳେ ଚିପିସ ଖୋଲି ହୋଇ ଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି,ଭିବାଗୀୟ ଅଧିକାରୀ ମାନଙ୍କୁ ଆମ୍ବେ ନିମ୍ନ ମାନର କାର୍ଯ୍ୟ ହେଉଛି ଓ ବିନା ମେଟାଲ ଦ୍ବାରା ପିଚୁ କାର୍ଯ୍ୟ ଛାଲିଛ ବୋଲି କହିଥିଲେ ମଧ୍ୟ ଏସ୍ଡ଼ିଇଓ ଏବଂ ଜେଇ ଆମ ମାନଙ୍କ କଥାକୁ ଶୁଣିଲେ ନାହିଁ, ଯାହା ଫଳରେ ଚାରି ଦିନ ମଧ୍ୟରେ ପିଚୁ ଖୋଲି ହୋଇ ଯାଉଛିବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି, ତେଣୁ କଲହାଣ୍ଡି ଜିଲ୍ଲା ପାଳଏହାରପ୍ରକୁତ ତଦନ୍ତକରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି, ଏହି ସମ୍ପର୍କରେ ଜେଇଙ୍କ ସହ ଯୋଗାଯୋଗ କରି ଥିଲେ ମଧ୍ୟ ଫୋନ ଉଠିନ ଥିଲେ,ଆସନ୍ତୁ ଶୁଣିବାସ୍ଥାନୀୟ ଜନସାଧାରଣ କଣ କହୁଛନ୍ତି।

Comments (0)
Add Comment