କୃଷକ ମାନଙ୍କ ସମସ୍ୟା ର ସମାଧାନ ପାଇଁ ବିଜେପିର ଦାବିପତ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ : କୋଷାଗୁମୁଡା ବ୍ଲକ ର ଅଧିକାଂଶ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରି ନାହାଁନ୍ତି। ରେଜିଷ୍ଟ୍ରେସନ କରିଥିଲେ ଏବଂ ମୋବାଇଲ ରେ ବିକ୍ରୟ କରିବା ପାଇଁ ସୂଚନା ମଧ୍ୟ ମିଳିଥିଲା। ବର୍ତମାନ ମଣ୍ଡି ବନ୍ଦ ହୋଇ ଯାଇଛି। ପ୍ରକୃତ ଚାଷୀ ମାନେ ନିଜ ଧାନକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଦାବି ଜଣାଇଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ଜିଲ୍ଲା ସଂପାଦକ ମନୋଜ ମହାଙ୍କୁଡ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ,ଭଗତ ଭତ୍ରା, ଜିତେନ୍ଦ୍ର ମାଳି ଏବଂ ଅନ୍ୟମାନେ ଜିଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ମୈ।ସୁମୀ ନାୟକଙ୍କ ଜରୀଆରେ କୃଷକ ମାନଙ୍କ ସମସ୍ୟା ର ଶିଘ୍ର ସମାଧାନ ପାଇଁ ଦାବୀ ଜଣାଇଥିଲେ।

Comments (0)
Add Comment