ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ କଲେଜ’ ଅଭିଯାନ ଆରମ୍ଭ କରିବା ସହ ଓ୍ବେବ ପୋର୍ଟାଲର ଲୋକାର୍ପଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ କଲେଜ’ ଅଭିଯାନ ଆରମ୍ଭ କରିବା ସହ ଓ୍ବେବ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ରାଜ୍ୟର ୭୫୫ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାର ଆଜି ସିଧା ପ୍ରସାରଣ କରାଯାଇଛି। ଏହି ଅବସରରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ମଧ୍ୟ ସିଧାପ୍ରସାରଣ କରାଯାଇଛି । ପୁରାତନ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ପୁରାତନ ଛାତ୍ର ମାନେ ଏଥିରେ ଯୋଗଦେଇ ଥିଲେ ।
‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଆଲୁମିନି ର ସହଯୋଗ ହିଁ କଲେଜକୁ ଆଉ ଏକ ପାଦ ଆଗକୁ ଆଗେଇ ନେବ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ସରକାର ଯୋଗାଇ ଦେବେ ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୂଳ ସଚିବ ପଦ୍ମଲୋଚନ ଭୋଇ, ପିଜି କାଉନସିଲ ଅଧ୍ୟକ୍ଷ ହିମାଂଶୁ ଷଡ଼ଙ୍ଗୀ, ପୁରାତନ ଛାତ୍ର ପୂର୍ବତନ ଅଧ୍ୟକ୍ଷ ଡଃ ଅଜୟ ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଆଲୁମିନି ଆସୋସିଏସନ ସାଧାରଣ ସମ୍ପାଦକ ଅବିନାଶ ଠାକୁର, ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର ନାଏକ, ଉଦୟ ସୁନାନୀ, ଶିକ୍ଷାବିତ୍ ସିମାଞ୍ଚଳ ମିଶ୍ର, ଡଃ ତପନ ରଥ, କିର୍ତନ ନାଏକ, ଜଜାତି ନାୟକ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ କ୍ୟାପଟେନ ଜୟଦେବ ସାହୁ ପରିଚାଳନା କରିଥିଲେ ।

Comments (0)
Add Comment