ଦେବଗଡ ରାଜକବି ସଚ୍ଚିତାନନ୍ଦ ତ୍ରିଭୁବନ ଦେବଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ

ଆଜି ରାଜକବି ସଚ୍ଚିତାନନ୍ଦ ତ୍ରିଭୁବନ ଦେବଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜନ୍ମ ଜୟନ୍ତୀ ଉପଲକ୍ଷେ ନବନାଟ୍ୟ ନିକେତନ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତ୍ରିଭୁବନ ଦେବଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କୋଭିଡ କଟକଣା କାରଣରୁ ଚଳିତ ବର୍ଷ ସଚ୍ଚିତାନନ୍ଦ ତ୍ରିଭୁବନ ଦେବଙ୍କ ପବିତ୍ର ଜନ୍ମ ଜୟନ୍ତୀ ନିଡାମ୍ବର ଭାବେ ପାଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ ମାଧ୍ୟମରେ ସୀମିତ ରହିଥିଲା । ନବନାଟ୍ୟ ନିକେତନ ସଭାପତି ହେମନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନତାରେ ଆୟଜିତ ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦ୍ବିବେଦୀ ପ୍ରିଶୀଲା ସୁଷମା ମିଞ୍ଜ ଅଞ୍ଜନା ନାଏକ ଓ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment