ସଡ଼କ ଉପରେ ଆଣ୍ଠୁଏ ପାଣି

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରା ଗଞ୍ଜିଆପଡା ମୁଖ୍ୟରାସ୍ତା ଭୁର୍ଷାଗୁଡା ପୋଷ୍ଟ ଅଫିସ ସମ୍ମୁଖରେ ଆଣ୍ଠୁଏକାଦୁଅ ପାଣିରେ ଯାତାୟତ କରୁଛନ୍ତି l ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି l କିଛି ଲୋକଙ୍କ ଘରକୁ ମଧ୍ୟ ଦୂଷିତ ପାଣି ପଶିଯାଉଛି l ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ସମସ୍ୟା ଗୋଟିଏ ବର୍ଷର ନୁହେଁ ଦୀର୍ଘ ବର୍ଷହେଲା ଲାଗିରହିଛି l ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ଧ୍ୟାନ ଦେଉନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି l ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଡ୍ରେନ ନିର୍ମାଣ କରିବାକୁ ଜନସାଧାରଣରେ ଦାବୀ ହେଉଛି l

Comments (0)
Add Comment