କଣ୍ଡରେଇ ଠାରେ ଦେଖା ଦେଇଛି ଜଳସଂକଟ

ସମଗ୍ର ରାଜ୍ଯ ରେ ରୌଦ୍ର ର ତାପ ପ୍ରଚଣ୍ଡ ରହିଥିବା ବେଳେ ତା ସାଙ୍ଗ କୁ ଦାଉ ସାଜୁଛି ଜଳ ସଂକଟ l ପୂର୍ବ,,ପଶ୍ଚିମ,ଉତ୍ତର, ଦକ୍ଷିଣ ସବୁଠି ସମାନ ଚିତ୍ର l କି’ ଖରା କି’ ବର୍ଷା କି’ ଶିତ , ବର୍ଷ ତମାମ୍ ପାଣି ପାଇଁ ହାହାକାର ହେଉଛନ୍ତି ରାଜ୍ଯ ବାସୀ l କେଉଁଠି ନଳ କୂପ ଅଚଳ ତ ପୁଣି କେଉଠି ପାଣି ଟାଙ୍କି ମଧ୍ଯ ନାହିଁ l ପ୍ରଚଣ୍ଡ ଖରା ଯୋଗୁଁ ସୁଖିଲା ପଡିଛି ନଇ ନାଳ l ତେବେ ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ଭରସା ସାଜିଛି ବାଲି ଚୁଆ ର ପାଣି l ସେ ଉପାନ୍ତ ଅଞ୍ଚଳ ହେଉ କିମ୍ବା ଉପକୂଳ ଅଞ୍ଚଳ ସବୁଠି ପାଣି ମୁନ୍ଦାଏ ପାଇଁ ଲାଗି ରହିଛି ମହିଲା ଙ୍କ ଭିଡ l ହାତରେ ବାଲଟି ,ଗରା ଧରି ୪୦୦ ମିଟର ରୁ ଉର୍ଦ୍ଧ ବାଟ ଚାଲୁଛନ୍ତି ଝିଅ ବୋହୁ l ନଦି ନାଳ ସୁଖିଲା ପଡିଥିବା ବେଳେ ଲୋକଙ୍କୁ ତୃଷା ମେଣ୍ଟାଉଛି ବାଲି ଚୂଆ ପାଣି l ଏଭଲି ଏକ ଦୃଶ୍ଯ ଦେଖିବାକୁ ମିଲିଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ସ୍ଥିତ କଣ୍ଡରେଇ ଗାଁରେ l

୨୦୧୧ ମସିହା ଜନଗଣନା ସର୍ଭେ ଅନୁସାରେ ଏହି ଗାଁରେ ୩୪୬ ଟି ପରିବାର ବସବାସ କରୁଥିବା ବେଳେ ଏଠାକାର ଜନ ସଂଖ୍ଯା ହେଉଛି ୧୧୬୧ l ସେଥି ମଧ୍ଯରୁ ୫୮୫ ଜଣ ପୁରୁଷ ଓ ୫୭୬ ମହିଲା ରହନ୍ତି l ୦ ରୁ ୬ ବର୍ଷ ମଧ୍ଯରେ ୧୭୮ ଜଣ ରହିଥିବା ବେଳେ ୯୩ ଜଣ ଅନୁସୂଚିତ ଜାତି ଓ ୧୨୭ ଜଣ ଜନଯାତି ଲୋକ ବସବାସ କରନ୍ତି l ତେବେ ଏହି ୪ଟି ୱାର୍ଡ୍ ବିଷିଷ୍ଟ ଗାଁରେ ମୁଖ୍ଯ ସମସ୍ଯା ଭାବରେ ଉଭା ହୋଇଛି ଜଳ ସମସ୍ଯା l ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ଯ ଡହଡହ ଖରା ସାଙ୍ଗକୁ ଜଳ ଯାତନା ସହ ଗତି କରୁଛନ୍ତି ଲୋକେ l ତେବେ ଗାଁ ରେ ୮ ରୁ ୧୦ ଟି ନଳକୂପ ଥିଲେ ମଧ୍ଯ କେଉଁଠି ଲୌହଯୁକ୍ତ ପାଣି ତ କେଉଁଠି ପାଣି ବାହାରି ବାରେ ବିଳମ୍ବ ହେଉଛି l ଲୌହଯୁକ୍ତ ପାଣି ପିଇ ଲୋକେ ରୋଗ ମୁଖରେ ପଡୁଛନ୍ତି l ଯାହା ଫଳରେ ଗାଧୋଇବା ପାଣି ହେଉ ଅବା ପିଇବା ପାଣୀ ଗାଁରେ ଥିବା ମଙ୍ଗଳା ଯୋର ଏମାନଙ୍କ ପାଇଁ ସାଜିଛି ଏକମାତ୍ର ସାହାରା l ଗ୍ରିଷ୍ମ ଓ ଶିତ ଦିନରେ ବାଲି ଚୂଆର ପାଣି ପିଇ ଯେମିତି ସେମିତି ଦିନ କାଟିଥାନ୍ତି ଲୋକେ l ତେବେ ବର୍ଷା ଦିନରେ ବାଧ୍ଯ ହୋଇ ନଳକୂପ ର ଲୌହଯୁକ୍ତ ପାଣି ପିଇବାକୁ ପଡିଥାଏ l ଅନ୍ଯପଟେ ଏହି ମଙ୍ଗଳା ଯୋର ମଧ୍ଯରେ ଆଡିବନ୍ଧ ରହିଥିଲେ ମଧ୍ଯ ଖରା ଦିନରେ କମ୍ ପାଣି ରହୁଥିବା କାରଣ ରୁ ତାହା ଗୋଳିଆ ହୋଇ ଦୁର୍ଘନ୍ଧ ହେବାରେ ଲାଗିଛି l ଏହି ପାଣି ଗାଧୋଇବା ଦ୍ବାରା ଅନେକ ଲୋକ ରୋଗାଗ୍ରସ୍ତ ହେଉଥିବା କହିଛନ୍ତି ଗ୍ରାମବାସୀ l ତେବେ ଗାଁରେ ଓଭର ହ୍ଯାଡ ପାଣୀ ଟାଙ୍କି ପାଇଁ ଗ୍ରାମବାସୀ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ କୁ ବାରମ୍ବାର କରିଥିଲେ ମଧ୍ଯ ଆଜି କାଳି କହି ଦିନ ଗଡାଇ ଚାଲିଛନ୍ତି ଅଧିକାରୀ , କର୍ତ୍ତୁପକ୍ଷ ଏବଂ ରାଜନେତା l ତେବେ ଆଗାମୀ ଦିନରେ କୌଣଷି ଲୋକ ଯଦି ରୋଗାଗ୍ରସ୍ତ ହୋଇ ମତ୍ଯୁ ବରଣ କରନ୍ତି ତାହେଲେ ସେଥିପାଇଁ ପ୍ରଶାସନ ଓ ରାଜନେତା ଦାୟୀ ହେବେ ବୋଲି ମତ ପ୍ରକାଶ କରିଛନ୍ତି ଗ୍ରାମବାସୀ l

Comments (0)
Add Comment