ମାଲକାନଗିରି ଜିଲ୍ଲା ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ଡ଼ଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି 130 ତମ ଜନ୍ମ ଜୟନ୍ତୀ ପାଳନ

ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଯିଏ ବାବାସାହେବ ନାମରେ ମଧ୍ୟ ପରିଚିତ ଡ଼ଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି 130 ତମ ଜନ୍ମ ଜୟନ୍ତୀ l ତାଙ୍କୁ ଭାରତର ପ୍ରଥମ ଆଇନ ମନ୍ତ୍ରୀ କହିଲେ ମଧ୍ୟ କୌଣସି ଭୁଲ ହେବ ନାହିଁ l ଆଜି ତାଙ୍କର ଏହି ପୁଣ୍ୟ ତିଥିକୁ ସ୍ମରଣ ରଖିବା ପାଇଁ ମାଲକାନଗିରି ଜିଲ୍ଲା ସଦର ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଡ଼ଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କର 130 ତମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ପବିତ୍ର ଉତ୍ସବରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ତହସିଲଦାର ଡ଼ଃ ଗୁଣନିଧି ନାୟକ,ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଧା ଚୌଧୁରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆମ୍ବେଦକରଙ୍କର ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଡ଼ଃ ଆମ୍ବେଦକର ହେଉଛନ୍ତି ଭାରତ ସମ୍ବିଧାନର ପ୍ରଣୟତା l ଆଜିର ଦିନକୁ ସମ୍ବିଧାନ ଦିବସ ଓ ଡ଼ଃ ଆମ୍ବେଦକର ଜୟନ୍ତୀ ବା ବାବାସାହେବ ଜୟନ୍ତୀ ବୋଲି ପାଳନ କରାଯାଉଛି। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନେ ମଞ୍ଚାସିନ ଡ଼ଃ ଆମ୍ବେଦକର ଙ୍କ ଜୟନ୍ତୀ ସମ୍ୱନ୍ଧରେ ଅଭିଭାଷଣ ରଖିଥିଲେ। ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ପୁନଃ ତିଥିରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହେଇ ଅଛି l

Comments (0)
Add Comment