ମାଲକାନଗିରି ବିଭିନ୍ନ ସ୍ଥାନରେ ଧରାପଡିଲା ୭୧ ଲିଟର ଗଚ୍ଛିତ ମଦ ୩ ଗିରଫ

ମାଲକାନଗିରି : ଧରାପଡିଲା ବେଆଇନ ମଦ l ରାଜ୍ୟ ସାରା ୧୪ ଦିନିଆ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ମଦ ମିଳିବ ନାହିଁ l ଏହା ଜାଣି ଚଢା ମୂଲ୍ୟରେ ମଦ କାରବାର କରିବା ସକାସେ ଆଗୁଆ ଗଚ୍ଛିତ କରିଥିଲେ ବିଦେଶୀ ମଦ । ବେଆଇନ ମଦ ବିକ୍ରି ସୂଚନା ପାଇଁ ଏସଡିପିଓ ଶ୍ରୀ ଅଂଶୁମାନ ଦ୍ୱିବେଦୀ,ନେତୃତ୍ୱରେ ଆଦର୍ଶ ଥାନାଧିକାରୀ ରାମ ପ୍ରସାଦ ନାଗ, ଆଇଆଇସି ମାଲକାନଗିରି ଆରକ୍ଷୀ ବାହିନୀ ଓ ତାଙ୍କ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ବିଭିନ୍ନ ଭେରାଇଟିର ପ୍ରାୟ 71 ଲିଟର ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପତ୍ରଗୁଡାର ପି ଦିଲ୍ଲୀପ ବୟସ 25 ବର୍ଷ, ମାଲକାନଗିରି ଦୁର୍ଗା ଗୁଡିସାହିରୁ ଦୁଇ ଜଣ ମାଙ୍ଗୁଳୁ ସେନାପତି ବୟସ 38 ବର୍ଷ ଓ ଶ୍ରୀକାନ୍ତ ମହାରଣା ବୟସ 40 ବର୍ଷ lମାଲକାନଗିରି ପୋଲିସ ଏକ ମାମଲା ରୁଜୁ କରି କେସ୍ ନମ୍ବର 145 U / S 52 (A) ଓଡିଶା ଏକ୍ସାଇଜ୍ ଆକ୍ଟ 2. କେସ୍ ନମ୍ବର 146 U / S 52 (A) ଓଡିଶା ଏକ୍ସାଇଜ୍ ଆକ୍ଟ 3. କେସ୍ ନମ୍ବର 147 U / S 52 (A) ଓଡିଶା ଆଇନ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Comments (0)
Add Comment