ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡି ଦିଦି ଓ ଆଶା କର୍ମୀମାନେ

ଚିଲିକା: (କୋଶଳ ନ୍ୟୁଜ) ଭାଇରସ୍ କିଲର୍ କରୋନା ବେକାବୁ କରିସାରିଲେଣି ସମଗ୍ର ମାନବ ଜାତିକୁ । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ସରକାର ଲୋକମାନଙ୍କୁ କହି କହି ଥକି ଗଲେଣି , ତଥାପି ଲୋକ ହେଉଛନ୍ତି ଅମାନିଆ । ଚେକିଂ-ବ୍ଲକିଂ , ଲକ୍-ଡାଉନ୍ ଓ ସଟ୍-ଡାଉନ୍ , ଯାହା କଲେବି ଅମାନିଆ କଥା ମାନୁ ନାହାଁନ୍ତି । ଠିକ୍ ଏତିକି ବେଳେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ସୋରଣ ଗ୍ରାମ ଯାହା କି ଚିଲିକା କୂଳିଆ ଗାଁ । ଗାଁ ଗହଳି ର ଲୋକ , ତେଣୁ ସେମାନଙ୍କୁ ସଚେତନ ଏବଂ ଘରେ ରହୁଥିବା ମା’ ମାନଙ୍କୁ ସଚେତନ କରିବା ପାଇଁ ଗାଁରେ ରହୁଥିବା ଅଙ୍ଗନବାଡି ଦିଦି ଏବେ ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରୁଛନ୍ତି ।

ସରକାରଙ୍କ ନୀତି ନିୟମ କଥା କହୁଛନ୍ତି । କରୋନା ଭାଇରସ କେତେଯେ ମାରାତ୍ମକ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଲୋକ ମାନଙ୍କୁ ବୁଝାଉଛନ୍ତି । ତୁରନ୍ତ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବା ପାଇଁ ବୁଝାଇଛନ୍ତି l ବାହାର ରାଜ୍ୟରୁ ଆସୁଥିବା ଲୋକକୁ ପରୀକ୍ଷାକରି ହୋମ କରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି l ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାପାଇଁ ଗ୍ରାମବାସୀଙ୍କୁ ବୁଝାଇଛନ୍ତି l

Comments (0)
Add Comment