ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା

ଦେବଙ୍କ ଦେବ ମହାଦେବ l ଖରା ବର୍ଷା କୁ ଖାତିର ନ’କରି ପ୍ରଭୁଙ୍କ ଉପରେ ଆସ୍ଥା ରଖି ହଜାର ହଜାର ଶ୍ରଦ୍ଧାଳୁ ମାନେ ପାଳନ କରନ୍ତି ଚୈତ୍ର ମାସ l ମହାପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତ ମାନେ କରୁଛନ୍ତି ନିଆରା ଉଦ୍ୟମ ।ଦେହକୁ କଷ୍ଟ ଦେଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ରହିଛି ବିଶ୍ୱାସ l ପିଲାଙ୍କଠୁ ଆରମ୍ଭ କରି ଝିଅ, ବୋହୁ, ଯୁବକ ମାନେ ସମ୍ପୂର୍ଣ ଚୈତ୍ର ମାସ ପାରମ୍ପାରିକ ରୀତିନୀତିରେ ମାନସିକ ରଖି ଖାଲି ପାଦରେ ଚଲା ବୁଲା କରନ୍ତି l ଚୈତ୍ର ମାସ ଏହି ପାରମ୍ପାରିକ ପୂଜା କୁ ଚଡକ ପୂଜା କୁହାଯାଏ l ଚୈତ୍ର ମାସ ଆରମ୍ଭରୁ ହିଁ ଗାଁ ଗାଁ ବୁଲି ବୁଲି ପୁଜକ ମାନେ ପୁଜାର୍ଚନା କରନ୍ତି ଓ ମାସ ଶେଷ ବେଳକୁ ଗାଁରେ ଗୋଟିଏ ଖୋଜୁରି ଗଛ ଉପରେ ଖାଲି ପାଦରେ ଉଠି ଖୋଜୁରି ଭାଙ୍ଗି ପୂଜା ମୋହତ୍ସବ ଆରମ୍ଭ କରନ୍ତି l ଏହି ସମୟରେ ଚୈତ୍ର ମାସର ଚଡକ ପୂଜା ପାଇଁ ମାନସିକ ରଖି ଥିବା ଭକ୍ତ ମାନେ ଖଣ୍ଡାରେ ଚାଲନ୍ତି, ମୁହରେ , ଝିଭରେ, ପିଠିରେ ଲୁହା କଣ୍ଟା ଫୋଡନ୍ତି l ଏଥିସହ ଲୁହା କଂଟାରେ ଝୁଲବା ସହ ଅନେକ ଭକ୍ତ ମାନେ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ ଆରାଧନା କରିଥାନ୍ତି l ଭକ୍ତମାନେ ମାନସିକ ପୁରଣ ପାଇଁ ଶିବଙ୍କୁ ପ୍ରସନ୍ନ କରିବା ଲାଗି ବର୍ଷକୁ ଥରେ ଏପରି ଆୟୋଜନ କରିଥାନ୍ତି ।

Comments (0)
Add Comment