ଗଡ଼ିଲା କରୋନା ସଚେତନା ରଥ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଙ୍କୁ ସଚେତନତା କରିବା ନିମନ୍ତେ ଗଡ଼ିଲା କରୋନା ସଚେତନା ରଥ । ଏହି ରଥ ଜିଲ୍ଲାର ୭ଟି ବ୍ଲକ ର ବିଭିନ୍ନ ଗ୍ରାମକୁ ବୁଲି ଜନସାଧାରଙ୍କୁ ସଚେତନତା କରିବା ସହ ମାସ୍କ ଓ ସାନିଟାଇଜ଼ର କୀଟ ବଣ୍ଟନ କରିବ l ଏହି ସଚେତନା ରଥ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସୁବାଷବୋଷ ଛକ ଠାରେ ଜିଲ୍ଲା ପ୍ରଶାସନ, ବଣିକ ସଙ୍ଘ ପକ୍ଷରୁ ଶୁଭାରମ୍ଭ କରାଯାଇଛି । ଆଜିର ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ,ସଂମ୍ମାନୀତ ଅତିଥି ଭାବେ ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ-ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଫୁଲ କୁମାର ନନ୍ଦ,ତହସିଲଦାର ଡ଼ଃ ଗୁଣନିଧି ନାୟକ, ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଉପସ୍ଥିତ ରହି ସବୁଜ ପତାକା ଦେଖାଇ କରୋନା ରଥର ଶୁଭାରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସହିତ ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ l ଉପସ୍ଥିତ ସମସ୍ତେ କୋଭିଡ ନିୟମକୁ ମାନି ମାସ୍କ ପିନ୍ଧିବା ସାମାଜିକ ଦୁରତାକୁ ବଜାୟ ରଖିଥିଲେ ।

Comments (0)
Add Comment