ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ମାଲକାନଗିରି : ଗତକାଲି ରାତିରେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଘଟିଛି ଏକ ଅଘଟଣ l B.S.N.L. ଟାୱାରର ଏକ ବିଦ୍ୟୁତ୍ ଉପକରଣକୁ ସଜାଡୁ ଥିବା ସମୟରେ ବିଦ୍ୟୁତ ଆଘାତ ର ଶିକାର ହୋଇ ସେହିଠାରେ ହିଁ ଟଳି ପଡ଼ିଥିଲେ ୪୦ ବର୍ଷ ବୟସର ପ୍ରମୋଦ କୁମାର ପଣ୍ଡା l ସକାଳୁ ସ୍ଥାନୀୟ କିଛି ବ୍ୟକ୍ତି ଏହି ଘଟଣା ବିଷୟରେ ଜାଣି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଗିରୀଶ ଚନ୍ଦ୍ର ମହାରଣା ଏକ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ l ପୋଲିସ ସେଠାରେ ଅପମୃତ୍ୟୁ ମାମଲା କେଶ୍ ନମ୍ବର-୧୫/୨୦୨୧ ରୁଜୁ କରିବାସହ ମୃତଦେହକୁ ବ୍ୟବଛେଦ ପାଇଁ ପଠେଇଥିଲେ l ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର  କରାଯିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।

Comments (0)
Add Comment