ମାଲକାନଗିରି ଘଡେଇ ମହାବିଦ୍ୟାଳୟରୁ ଜଣେ ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେଇଅଛି l ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଘଡେଇ ମହାବିଦ୍ୟାଳୟର ଜଣେ ଛାତ୍ର ଗତକାଲି ଅସୁସ୍ଥ ହେବାରୁ, ଚିକିତ୍ସା ପାଇଁ ତାକୁ ମେଡିକାଲ ଆଣିଥିଲେ l ଛାତ୍ରର କୋଭିଡ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ମାଲକାନଗିରି ପୌର ପରିଷଦ ତରଫରୁ କଲେଜ ଏବଂ ସେହି ପାଖାପାଖି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। କଲେଜରେ କାମ କରୁଥିବା ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରି ଓ ଛାତ୍ରଛାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଇଥିବା ଜଣାପଡିଛି। ଯଦି ଅଧିକ କୋଭିଡ ପଜିଟିଭ୍ ରିପୋର୍ଟ ଆସେ ତେବେ କଲେଜକୁ ସଂପୂର୍ଣ୍ଣ ସିଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ଦିଗରେ କଲେଜ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।ମାଲକାନଗିରି ଜିଲ୍ଲାରେ କୋଭିଡ ସଂକ୍ରମଣ ଏକ ପ୍ରକାର ନାହିଁ କହିଲେ ଚଳେ। କିନ୍ତୁ ପ୍ରଶାସନ ତରଫରୁ କୋଭିଡ କଟକଣାକୁ କଡା କରାଯିବା ସହ ବାହାରୁ ଆସୁଥିବା ଲୋକଙ୍କର କୋଭିଡ ପରୀକ୍ଷା କରାଯାଉଛି।

Comments (0)
Add Comment