ଲକ୍ ଡାଉନ୍ ରେ କେନ୍ଦୁ ପତ୍ର ଦେଖାଇଲା ଆଦିବାସୀ ଲୋକଙ୍କୁ ଆୟ ର ପନ୍ଥା

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଲୋକଙ୍କ ପାଖରେ କୌଣସି କାମ ନାହିଁ, ପରିବାର ଭରଣ ପୋଷଣ ପାଇଁ ପାଖରେ ଟଙ୍କା ନାହିଁ l ଏପରି ସ୍ଥିତିରେ ଘରେ ବସି କଣ କରିବେ ? ତେଣୁ ଏହାର ସମାଧାନରେ ଲୋକମାନେ ତୋଳିଲେ କେନ୍ଦୁପତ୍ର l ଆଜ୍ଞା ହଁ ବାହାରେ କାମ କରିବାକୁ ନଯାଇ ସକାଳ ଉଠି କେନ୍ଦୁ ପତ୍ର ତୋଳିବା ପାଇଁ ଉଭୟ ସ୍ତ୍ରୀ ପୁରୁଷ ବାହାରି ଯାଆନ୍ତି ଜଙ୍ଗଲ ଭିତରେ l ମାଲକାନଗିରି ଜିଲ୍ଲା ଆଦିବାସୀ ଅଧୁସିତ ଅଞ୍ଚଳ ହେଲେ ମଧ୍ୟ ଜିଲ୍ଲାର ଆଦିବାସୀ ହେଉ ବା ବେଙ୍ଗଲୀ ପରିବାର ସବୁ ଗ୍ରାମର ପୁରୁଷ ମହିଳା ମାନେ ସକାଳୁ 6 ଟା ଜଙ୍ଗଲ କୁ ଯାଇ 12 ଟା ପର୍ଯ୍ୟନ୍ତ ତୋଳିଥାନ୍ତି କେନ୍ଦୁପତ୍ର l ପତ୍ର ତୋଳିଲା ପରେ ତାକୁ ଘରେ ଆଣି 20 ଟି ପତ୍ରକୁ ଗୋଟେ ବିଡା କରି ବାନ୍ଧିଥାନ୍ତି l ବିଡା ବାନ୍ଧିବା ପରେ ଲୋକେ ସବୁ ବିଡା କୁ ଆଣି ଫାଡ଼ିରେ ଜମା କରିଥାନ୍ତି l ସରକାରୀ ହିସାବରେ ଗୋଟେ ବିଡା କେନ୍ଦୁପତ୍ର 2 ଟଙ୍କା 50 ହିସାବରେ ବିକ୍ରି କରାଯାଇଥାଏ ଓ ସେହି ଟଙ୍କା ପତ୍ର ତୋଳାଳୀଙ୍କ ନିଜ ନିଜ ବ୍ୟାଙ୍କ୍ ଆକାଉଣ୍ଟ ରେ ଆସିଥାଏ ବୋଲି କହନ୍ତି l

Comments (0)
Add Comment