କେନ୍ଦୁପତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବହୁ ଶିଶୁଶ୍ରମିକ ନିରାଵଦ୍ରଷ୍ଟା ସାଜିଛି ପ୍ରଶାସନ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ undrokanda ପଂଚାୟତ ଅନ୍ତର୍ଗତ ସଂଗେଲ ଗ୍ରାମରେ କେନ୍ଦୁ ପତ୍ର କାମରେ ନିୟୋଜିତ କରାଯାଇଛି 17 ରୁ 20 ଶିଶୁ ଶ୍ରମିକ l ଏହି ଶିଶୁ ମାନଙ୍କର ବୟସ 7 ରୁ 12 ବର୍ଷ ହେଇଥିବ l ସବୁଦିନ କେନ୍ଦୁ ପତ୍ରକୁ ବୁଲେଇବାକୁ ପଡୁଛି, ଏହା କରିବା ଦ୍ୱରା ପତ୍ର ଶୀଘ୍ର ସୁଖିବ l ମାତ୍ର ନିରୀହ ଆଦିବାସୀ ପିଲାଙ୍କୁ ଦିନ ଦିପହରେ ଏହି କାମ କରିବା ପାଇଁ ବ୍ୟବହାର କରିବା ଏହା ଠିକ କି ? ସାମାନ୍ୟ କିଛି ଟଙ୍କା ଲୋଭରେ ନିରୀହ ଆଦିବାସୀ ପିଲାମାନେ ଏଠାରେ କାମ କରୁଛନ୍ତି l ହେଲେ ପିଲାଙ୍କୁ ଦେଇ କାମ କରାଇବା ଠିକ ନା ଭୁଲ ? ମୁଁନସି କୁ ଏହି ବିଷୟରେ ପଚାରିବାରୁ ସେ ଏହାର କୌଣସି ଉତ୍ତର ଦେଇନ ଥିଲା l ସଂଗେଲ ଗ୍ରାମରେ କେନ୍ଦୁ ପତ୍ର କିଣୁଥିବା ବ୍ୟକ୍ତି ଜଣକ ହେଲେ କାଲିମେଳା ବ୍ଲକ ବୁଦୁଗୁଡା ଗ୍ରାମର ସର୍ଦାର ବାବୁ l ସର୍ଦାର ବାବୁଙ୍କୁ ଏହି ବିଷୟରେ ପଚାରିବାରୁ ସେ ମଧ୍ୟ ଏହାର କୌଣସି ଉତ୍ତର ଦେଇ ନଥିଲେ l କେନ୍ଦୁ ପତ୍ର କାମ କରିବା ପାଇଁ ନିରୀହ ଆଦିବାସୀ ଶିଶୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିବା କେତେ ଦୂର ଠିକ l ପାଠ ପଢିବା ବୟସରେ ଯଦି ପିଲାମାନେ କାମ କରିବେ ତେବେ ତାଙ୍କ ମାନସିକ ଉପରେ କେଉଁ ପ୍ରକାରର ପ୍ରଭାବ ପଡିବ l ଆଦିବାସୀ, ଅଶିକ୍ଷିତ ଭାବି ପିଲାଙ୍କୁ ଦେଇ କେନ୍ଦୁ ପତ୍ର କାମ କରାଇବା ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରିବା ସ୍ଥାନୀୟରେ ନିନ୍ଦାର ପାତ୍ର ହେଇଛି l କେନ୍ଦୁ ପତ୍ର କାମରେ ଶିଶୁ ମାନଙ୍କୁ ନିୟୋଜିତ କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଶିଶୁ ମାନଙ୍କୁ ବେ ଆଇନ ଭାବେ କାର୍ଯ୍ୟରେ ନିୟୋଜିତ ଜରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l