ନୂତନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ।

ମାଲକାନଗିରି: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରିର ତାଣ୍ଡବ ବଡିବାରେ ଲାଗିଛି l ପ୍ରତି ଦିନ କରୋନା ପଜିଟିଭ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ର ପ୍ରକୋପ ଦେଖିବାକୁ ମିଳିଛି।କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର କୋଭିଡ କଟକଣା ପଦକ୍ଷେପ ନିଆଯାଇଛି।ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ୱାଇ ବିଜୟ କୁମାର ୪ଟି ଆମ୍ବୁଲାନ୍ସ ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଆମ୍ବୁଲାନ୍ସ ମଧ୍ୟରେ ୩ ଟି ସାଧାରଣ ଆମ୍ବୁଲାନ୍ସ ଓ ଗୋଟିଏ ଅତ୍ୟାଧୁନିକ ପ୍ରସ୍ତୁତି ଆମ୍ବୁଲାନ୍ସ ରହିଛି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୨୨ଟି ଆମ୍ବୁଲାନ୍ସ ଅଛି ମାତ୍ର କରୋନା କୁ ଦୃଷ୍ଟିରେ ରଖି ଅଧିକାଂଶ ଆମ୍ବୁଲାନ୍ସ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜିଲ୍ଲାପାଳ ୱାଇ ବିଜୟ ପ୍ରକାଶ କରିଛନ୍ତି।

Comments (0)
Add Comment