ସରକାରୀ ବିଦ୍ୟାଳୟରେ ବେସରକାରୀ କାମ,ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ନାବାଳିକା

ପ୍ରଶାସନର ବିନା ଅବଗତରେ କୋଭିଡ ନିୟମକୁ ଉଲଂଘନ କରି ବେଆଇନ ଭାବେ ସରକାରୀ ବିଦ୍ୟାଳୟରେ ଚାଲିଛି ୪୦ ରୁ ଉର୍ଦ୍ଧ୍ବ ଝିଅଙ୍କୁ ନେଇ ଅସ୍ଥାୟୀ ସିଲେଇ ଶିବିର। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତ ର ନୂଆଗୁଡା ଗ୍ରାମରେ । ସୂଚନା ଅନୁସାରେ ବାହାର ରାଜ୍ୟରୁ ଆସି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଝିଅ ବାହାରକୁ ଯାଇ ରୋଜଗାର କ୍ଷମ ହୋଇପାରିବ ବୋଲି ମିଛ ପ୍ରତିଶୃତି ଦେଇ ଏପରି କରାଯାଉଥିବା ଅଭିଯୋଗ ହୋଇଛି। ବଲାଙ୍ଗୀରର ଜଣେ ବ୍ୟକ୍ତି ନିଜକୁ ବୀରେନ୍ଦ୍ର ନନ୍ଦ ସେ ସିଲେଇ କମ୍ପାନୀର ମାଲିକ ଏଭଳି ପରିଚୟ ଦେଇ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କୁ ନେଇ ଆଦିବାସୀ ଗ୍ରାମ ଗୁଡିକ ବୁଲିଥିଲେ। ଝିଅ ମାନଙ୍କୁ ଏକତ୍ରିତ କରି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ୪୦ ରୁ ଆଦିବାସୀ ଝିଅଙ୍କୁ ସିଲେଇ ପ୍ରଶିକ୍ଷଣ ଦିଆଯାଉଛି l ପ୍ରଶିକ୍ଷଣ ପରେ ସେମାନଙ୍କୁ ବଲାଙ୍ଗୀର ଏକ କମ୍ପାନୀରେ କାମ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ।ପ୍ରଶିକ୍ଷଣ ନେଉଥିବା ଝିଅ ମାନେ କୋରୁକୋଣ୍ଡା ବ୍ଲକ ର ନାକାମାମୁଢି ୨, କଦମଗୁଡା ର ୨, ନୀଳାପାରୀ ର ୪, ସୋରଲୁକୋଣ୍ଡା ର ୬, ତାରଲାକୋଟା ର ୧, ବାଲିମେଳା ର ୧, କନିଙ୍ଗ ର ୪ ଝିଅ ଏବଂ ଚିତ୍ରକୋଣ୍ଡା ଅଞ୍ଚଳର ଲାମ୍ବାସିଂ ୩, କୁମାରଗୁଡା ର ୨ ଏବଂ ବାଲେଲଗୁଡା ଗ୍ରାମର ୧, ଏହି ସବୁ ଗ୍ରାମରୁ ଝିଅ ମାନଙ୍କୁ ଆଣି ନୂଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଠୁଳ ରଖିଥିଲେ l ଝିଅ ମାନଙ୍କୁ କୁହାଯାଇଥିଲା ବଲାଙ୍ଗୀରର ଏକ କମ୍ପାନୀରେ ସେମାନଙ୍କୁ କାମ ଦିଆଯିବ କିନ୍ତୁ ତାମିଲନାଡୁ ଅଞ୍ଚଳର ଏକ ବସ ଏହି ଝିଅ ମାନଙ୍କୁ ନେବାକୁ ଆସିଥିଲା। ବାହାର ରାଜ୍ୟକୁ ଏହି ଝିଅ ମାନଙ୍କୁ ଚାଲାଣ ହେଉଥିବା ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ବିରୋଧ କରିଥିଲେ। ଝିଅ ମାନଙ୍କର ସମ୍ପର୍କୀୟ ମାନେ ଏହି ଖବର ଜାଣିବା ପରେ ନିଜ ନିଜ ଝିଅଙ୍କୁ ଆସି ଘରକୁ ନେଇଯାଇଥିଲେ। ଏହି ଝିଅମାନଙ୍କ ମଧ୍ୟରେ ୪ ଜଣ ନାବାଳିକା ଥିବା କଥା ମଧ୍ୟ ଜଣାପଡିଛି।


ଏନେଇ ଚିତ୍ରକୋଣ୍ଡା ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କୁ ପଚାରିବାରୁ ସେ ନିଜର ଷ୍ଟାଫ ପଠାଇ ଘଟଣା ର ସଠିକ ତଦନ୍ତ କରିବେ ବୋଲି ସୂଚନା ଦେଇଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ବିଦ୍ୟାଳୟରେ ବେଆଇନ ଭାବେ ବିନା କୌଣସି କାଗଜପତ୍ରରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର କରିବା କେତେ ଦୂର ଠିକ ? ଲାଇସେନ୍ସ ନଥାଇ ଏପରି କାମ କରିବା ଯଦି ଭୁଲ ତେବେ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ଠିକ କି ? ପ୍ରଧାନ ଶିକ୍ଷକଙ୍କ ଅବଗତରେ କଣ ଝିଅ ମାନଙ୍କୁ ବିଦ୍ୟାଳୟରେ ରଖାଯାଇଥିଲା ? ସିଲେଇ କମ୍ପାନୀର ମାଲିକ ପରିଚୟ ଦେଉଥିବା ବଲାଙ୍ଗୀରର ବୀରେନ୍ଦ୍ର ନନ୍ଦଙ୍କ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟରେ ଦାବି ହେଉଛି l

Comments (0)
Add Comment