ବାଲିଗୁଡା:ରାଇକିଆରେ ୟୁକୋ ବ୍ୟାଙ୍କ୍ ଏକ ସପ୍ତାହ ପାଇଁ ସିଲ୍

ବାଲିଗୁଡା,୫/୫.: କନ୍ଧମାଳ ଜିଲ୍ଲାରେେ ପ୍ରଥମ ଓ ଦ୍ବିତୀୟ ଲହର ସମୁଦାୟ ମଙ୍ଗଳବାର ସୁଧା ସଂକ୍ରମଣ ୬୭୫୬,ସୁସ୍ଥ ୬୨୨୨ ଏବଂ ୪୯୯ ଜଣ ଚିକିତ୍ସା ହେଉଥିବା ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ରାଇକିଆ ବ୍ଲକ୍ ରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ମଧ୍ୟରେ ୧୯ ଜଣ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି। ଏଥିମଧ୍ୟରୁ ରାଇକିଆ ୟୁକ ବ୍ୟାଙ୍କର କର୍ମଚାରୀ ଚିହ୍ନଟ ହୋଇଥିବା ବେଳେ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟାକ୍ କୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। କାଟାପଲି ସାହିରେ ମଧ୍ୟ ଜଣଙ୍କୁ ଚିହ୍ନଟ ପରେ ବାଡ଼ ଦେଇ ପ୍ରବେଶ ନିଷେଧ ବୋଲି ପ୍ରଶାସନ ପକ୍ଷରୁ ଏକ ସୂଚନା ଫଳକ ଲଗାଯାଇଛି। କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହା ମେ’ ୫ ରୁ ୧୯ ଯାଏଁ ୧୪ ଦିନ ଧରି ଲକ୍ ଡାଉନ୍ କରାଯିବା ପାଇଁ ଏକ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏ ନେଇ ରାଇକିଆ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ କୋଭିଡ-୧୯ କଟକଣା ସମ୍ପର୍କରେ ସଚେତନତା କରାଯାଇଛି। ଏହି ଅନୁଯାୟୀ ଆଜି ସକାଳ ୬ ଟା ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ମଧ୍ୟରେ ତେଜରାତି ଦୋକାନ, ପନିପରିବା, ମାଛ, ମାଂସ,ଅଣ୍ଡା, ଫଳ, ଖିର ଦୋକାନ ଖୋଲାରହିବ। ଲୋକେ ଚାଲି ଚାଲି ବଜାରକୁ ଆସିବା ପାଇଁ କୁହାଯାଇଛି। ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ୧୨ ଟା ପରେ ଜରୁରୀ ସେବା ଛଡା ଅନ୍ୟ ଦୋକାନ ବନ୍ଦ ରଖାଯିବ। କେବଳ ଜରୁରୀ କାଳିନ ପାଇଁ ଔଷଧ ଦୋକାନ ଏବଂ ସ୍ବାସ୍ଥ୍ୟ ସେବା ଖୋଲାଯିବ। କୋଭିଡ-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର କରାଯିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାର ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି। ବୁଧବାର ଠାରୁ ୧୪ ଦିନିଆ ଲକ୍ ଡାଉନ୍ ଆରମ୍ଭ ହେବା ନେଇ ଲୋକେ ଏଟିଏମ୍ କାଉଣ୍ଟର ଆଗରେ ଲମ୍ବା ଲାଇନ ଦେଇଥିବା ଦେଖିବାକୁ ମିଳିଥିଲା ବେଳେ କିରାଣୀ ଦୋକାନରୁ ମଧ୍ୟ ସଉଦା ନେଉଥିବା ଦେଖିବାକୁ ମିଳିଥିଲା। ରାଇକିଆ ବ୍ଲକ୍ ରେ କୋରନା-୧୯ କଟକଣାକୁ ଏବଂ ଲକ୍ ଡାଉନ୍ କୁ ମାନିବା ପାଇଁ ବ୍ଲକ୍, ତହସିଲ ଏବଂ ପୋଲିସ ପ୍ରଶାସନ ଲୋକଙ୍କ ସହଯୋଗ କାମନା କରାଯାଇଛି।

Comments (0)
Add Comment