ପାନୀୟ ଜଳ ପାଇଁ ସଂଘର୍ଷ

ମନୁଷ୍ୟ ବଞ୍ଚିବା ପାଇଁ ମୁଖ୍ୟତ ଖାଦ୍ୟ, ବସ୍ତ୍ର, ବାସଗୃହ ଉପରେ ନିର୍ଭର କରିଥାନ୍ତି ଠିକ ସେହିପରି ଜଳର ମଧ୍ୟ ନିତ୍ୟାନ୍ତ ଆବଶ୍ୟକତା ରହିଥାଏ l ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପଯ୍ୟନ୍ତ ଜାରି ରହିଛି ।ସରକାରୀ ସ୍ତରରେ ପାନୀୟ ଜଳ ନିମନ୍ତେ ବସୁଧା ଯୋଜନା, ସୌରଚାଳିତ ଟ୍ୟାଙ୍କ ଭଳି ଯୋଜନା ଚାଲୁ ରହିଥିଲେ ମଧ୍ୟ ତାହାର ସୁଫଳ ପାଇପାରୁ ନାହାନ୍ତି ବହୁତ ଗ୍ରାମବାସୀ ।ତାହାର ଉଦାହରଣ ହେଉଛି ମାଲକାନଗିରି ଜିଲ୍ଳା ପଡ଼ିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଂଚାୟର ପୁରୁଣା ନିଲିଗୁଡା ଗ୍ରାମ l ଏହି ଗ୍ରାମରେ ୩୦୦ ଲୋକ ଅର୍ଥାତ ୭୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ସରକାର ପାନୀୟ ଜଳ ସକାଶେ ଗ୍ରାମରେ ୬ ଟି ନଳକୂପ ଖୋଲିଥିଲେ ମାତ୍ର ସେଥିରୁ ୪ଟି ଅଚଳ ଏବଂ ୨ଟି ରୁ ଲୌହଯୁକ୍ତ ପାନୀୟ ବାହାରୁଛି l ଯେଉ ଜଳ ବ୍ୟବହାର ଅନୁପଯୋଗୀ ତଥାପି ଗ୍ରାମବାସୀ ମାନେ ବାଧ୍ୟ୍ୟ ହେଇ ଏହି ଜଳକୁ ବ୍ୟବହାର କରୁଥିଲେ l ଲୌହଯୁକ୍ତ ପାନୀୟ ବ୍ୟବହାର କରିବା ଦ୍ଵାରା ଗ୍ରାମବାସୀ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଗ୍ରାମବାସୀ ମାନେ ବାଧ୍ୟ୍ୟ ହୋଇ ଗ୍ରାମ ଠାରୁ ୩ କିମି ଦୂରରେ ଥିବା ନାଳରେ ନିକଟସ୍ଥ ଝରରୁ ପିଇବା ଓ ରୋଷେଇ ପାଇଁ ପାଣି ସଂଗ୍ରହ କରନ୍ତି ।

ଏହି ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଏବଂ ପୂର୍ବରୁ ଜଳର ନମୁନା ବ୍ଲକ ଅଧିକାରୀ ଙ୍କ ମାଧ୍ୟମରେ ପରୀକ୍ଷଣ ପାଇଁ ପଠାଯିବା ସହ ଏହାର ପ୍ରତିକାର କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ସବୁ ପ୍ରତିଶୃତି ରହିଗଲା କେବଳ ପ୍ରତିଶୃତିରେ ଆଜି ସୁଦ୍ଧା ହେଇ ପାରିଲା ନାହିଁ ଏହାର କୌଣସି ପ୍ରତିକାର । କୌଣସି ବାଟ ନ’ପାଇଁ ଗ୍ରାମବାସୀ ମାନେ ବାଧ୍ୟ୍ୟ ହୋଇ ଗଣମାଧ୍ୟମ ଦ୍ୱାରା ପାନୀୟ ଜଳର ଚାହିଦା ମେଣ୍ଟାଇବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

Comments (0)
Add Comment