ପିପିଇ କୀଟ ପିନ୍ଧି ଝିଅର ଶବକୁ ଦାହ କଲେ ବାପା

ଘରକୁ ଫେରିବା ବେଳେ ଅଧା ରାସ୍ତାରେ ହିଁ କରିବାକୁ ପଡିଲା ଝିଅର ଶବ ସତ୍କାର । ଏଭଳି ଏକ ଦୁଃଖଦ ଘଟଣା ଦେଖବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁଠାରେ । କଳାହାଣ୍ଡି ଜିଲ୍ଲାର ସିନାପାଲି ଗ୍ରାମର ଦୁର୍ବା ବାନସୁର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ ସାଙ୍ଗରେ ନିଜର ପରିବାର ସ୍ତ୍ରୀ ଓ ଝିଅକୁ ମଧ୍ୟ ସେଠାରେ ନେଇଥିଲେ l ଲଡାଉନ ହେବା ଯୋଗୁଁ ଦୁର୍ବା ନିଜ ପରିବାରକୁ ନେଇ ଘରକୁ ଫେରୁଥିଲା l ଘରକୁ ଫେରିବା ସମୟରେ ମୋଟୁ ଓ ଚିନ୍ତୁର ସୀମାରେ ସବୁଦିନ ପାଇଁ ଆଖି ବୁଝିଦେଲା କୁନି ଝିଅ ନେହା । ସୂଚନା ମୁତାବକ ଗତ କିଛି ଦିନ ପୂର୍ବେ ନେହା ହୃଦରୋଗରେ ପୀଡିତ ହୋଇଥିଲା l ଆଜିଠାରୁ ଲକଡାଉନ ହେବା ଖବର ଶୁଣି ନେହାଙ୍କ ପରିବାର ନିଜ ଘର ମୁହାଁ ହୋଇଥିଲେ । ହେଲେ ଭାଗ୍ୟର ବିଳମ୍ବନା ଅଧା ରାସ୍ତାରେହିଁ ସବୁଦିନ ପାଇଁ କୁନି ଝିଅ ନେହା ଛାଡି ଚାଲି ଗଲା ।
ଖବର ପାଇଁ ତହସିଲଦାର ଶଶାଙ୍କ ମିଶ୍ର , ମୋଟୁ ପୋଲିସ ଓ ଡାକ୍ତର ସରଜ ଚନ୍ଦ୍ର ବେହେରା ଅସହାୟ ପରିବାର ନିକଟରେ ପହଞ୍ଚିଥିଲେ ।ସମସ୍ତଙ୍କ ଉପସ୍ଥିତରେ ମୋଟୁ ଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲେ ଓ ପରେ ନେହାଙ୍କ ବାପା ନିଜେ ପିପିଇ ଡ୍ରେସ ପିନ୍ଧି ମୋଟୁ ସ୍ଥିତ ସିଲେରୁ ନଦୀର ନିକଟସ୍ଥ ଝିଅ ଶବକୁ ଦାହ କରିଥିଲେ । ସ୍ଥାନୀୟ ପ୍ରଶାସନ ର ସହାୟତା ରେ ଝିଅଟିର ଶେଷକୃତ୍ୟ ହୋଇଥିବା ବେଳେ ଝିଅଟିର ମୃତୁ ପରିବାର ଲୋକେ ଶୋକ ରେ ଭାଙ୍ଗି ପଡିଛନ୍ତି।

Comments (0)
Add Comment