ବିଦାୟ କାଳୀନ ସମର୍ଦ୍ଧନl ସଭା

ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଭାରପ୍ରlପ୍ତ ଜିଲ୍ଲା ଶାରୀରିକ ଅଧିକାରୀ ସଂଯୁକ୍ତା ବହିଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ଗୌରାଙ୍ଗ ପାଣ୍ଡେ ୦୯/୦୪/୧୯୬୧ ମସିହାରେ ଲେଫ୍ରିପଡl ବ୍ଲକ ଅନ୍ତର୍ଗତ ଛଟେନପାଳି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ସ୍ମାତକ କଲା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାର କିଛି ଦିନ ବ୍ୟବଧାନରେ ସଂସ୍କୃତ ଶିକ୍ଷକ ଭାବରେ ପ୍ରଥମ ଶିକ୍ଷକତା ୦୪/୧୦/୧୯୮୨ମସିହାରେ ବି ଏସ ଡି ଜି ଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଗୀମାଳ ରେ ଆରମ୍ଭ କରିଥିଲେ l ଦୀର୍ଘ ୨୪ବର୍ଷ ପରେ ସହକାରୀ ଶିକ୍ଷକ ପଦବୀରେ ଉନ୍ନୀତ ହୋଇ ରାଣୀ ଜାନକୀ ସୁନ୍ଦରଗଡ଼ରେ ୦୬/୦୭/୨୦୦୬ ମସିହାରେ ଯୋଗଦେଲେ l ନିଜର କାର୍ଯ୍ୟଦକ୍ଷତା ଓ ଶାନ୍ତସରଳ ପ୍ରକୃତି ବଳରେ ଖୁବ୍ କମ୍ ସମୟ ମଧ୍ୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ ବାଳିକା ଛାତ୍ରୀ ନିବାସର ଗୁରୁ ଦାୟିତ୍ଵ ଦେଇଥିଲେ l ତାପରେ ୦୭/୦୭/୨୦୧୩ ମସିହାରେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଯୋଗଦାନ କରି ଛାତ୍ରାବାସ ପରିଚାଳନା ଦାୟିତ୍ଵ ସାଙ୍ଗକୁ ଅନ୍ୟାନ୍ୟ ଗୁରୁଦାୟିତ୍ଵ ସୂଚାରୁ ରୂପେ ସମ୍ପାଦନ କରି ସମସ୍ତଙ୍କର ପ୍ରିତିଭାଜନ ହୋଇଥିଲେ l ତାଙ୍କର ଅନ୍ୟତମ ଗୁଣ ପ୍ରକୃତିପ୍ରେମ,ବିଦ୍ୟାଳୟରେ ମନୋରମ, ଚିତ୍ତାକର୍ଷକ ଉଦ୍ୟାନ ସୃଷ୍ଟି କରିଛନ୍ତି l ଆଜି କୋଭିଡ୍- ୧୯ ଗାଇଡ ଲାଇନ ଅନୁସାରେ ଅବସର କାଳୀନ ଦିବସ ପାଳନ କରିଛନ୍ତି l ବିଦ୍ୟାଳୟର ସୁଧାଂଶୁ କୁମାର ଚୌଧୁରୀ, ସୁବlସିନି ରାଉତରାୟ, ସୁସ୍ମିତା ଯୋଶୀ, ସ୍ୱାଗତିକା ପଣ୍ଡା, ନନ୍ଦିତା ନାଏକ, ସୁନନ୍ଦା ଚୌଧୁରୀ, ସୁଚିତl ପାଣିଗ୍ରାହୀ, ସlବାନl ବେଗମ୍, ରାଘବେନ୍ଦ୍ର ନାରାୟଣ ଠାକୁର, ବୀର ବିକ୍ରମ ସିଂ ଦେଓ, ଵିଧୁ ଭୂଷଣ ନାୟକ, ପ୍ୟାରୀ ମୋହନ ନାଏକ, ଦେବେନ୍ଦ୍ର ଭଇସlଲ, ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ l

Comments (0)
Add Comment