ଜିଲ୍ଲାରେ ପ୍ରଥମ କରି ବିରମିତ୍ରପୁର୍ ତହସିଲ ବାଣ୍ଟିଲା ଜଙ୍ଗଲ ଜମି ପଟ୍ଟା

ଓଡ଼ିଶା ରାଜସ୍ବ ଜଙ୍ଗଲ ଜମି ଆଇନ ମୁତାବକ ରାଜସ୍ବ ରଥ ଯୋଜନା ଅନ୍ତର୍ଗତ ବିରମିତ୍ରପୁର୍ ତହସିଲ ସଂଲଗ୍ନ ମୌଜା ଜଏଡେଗାରେ ବୀରମିତ୍ରପୁର ତହସିଲ କର୍ଯ୍ୟଲୟ ତରଫରୁ ୧୧ ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ । କରୋନା କଟକଣା ପ୍ରତି ବିଶେଷ ଦୃଷ୍ଟି ରଖି ପାଉଥିବା ଜମି ପଟ୍ଟା ଲୋକଙ୍କ ଘର ଘର ବୁଲି ବାଣ୍ଟିଥିଲେ । ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ବ ପରିଦର୍ଶକ ଅକ୍ଷୟ କୁମାର ତ୍ରିପାଠି ଓ ତାଙ୍କ ସହଯୋଗୀ ତାପସ କୁମାର ନାୟକ , ଦୀପକ୍ ଓରାମଙ୍କ ସମେତ ଜଏଡେଗା ସରପଞ୍ଚ ପୁଷ୍ପା ଲୁଗୁନଙ୍କ ଉପସ୍ଥିତିରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରୁଥିଲେ ।

Comments (0)
Add Comment