ମହାତ୍ମା ଗାନ୍ଧୀ ଙ୍କ ଓଡିଶା ଆଗମନ ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ର ସମସ୍ତ ଜିଲ୍ଲା ରେ ମଞ୍ଚସ୍ଥ ହେଲା ନାଟକ ” ଗାନ୍ଧୀ ଙ୍କ ଓଡିଶା “

ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନ ର ୧୦୦ ବର୍ଷ ପୂର୍ତ୍ତି ଅବସର ରେ ନାଟକ- ଗାନ୍ଧିଙ୍କ ଓଡ଼ିଶା ପ୍ରଦର୍ଶିତ ହୋଇଛି ଓଡିଶା ର ସମସ୍ତ ୩୦ଟି ଜିଲ୍ଲାରେ | ଶଙ୍କର ତ୍ରିପାଠୀ ଙ୍କ ଦ୍ୱରା ରଚିତ ନାଟକ ” ଗାନ୍ଧୀ ଙ୍କ ଓଡିଶା ” ରାଜ୍ୟ ର 30 ଜିଲ୍ଲା ରେ ୩୦ଟି ନାଟ୍ୟସଂସ୍ଥା ଦ୍ବାରା ୩୦ ଜଣ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ୯୦୦ କଳାକାରଙ୍କୁ ନେଇ ହୋଇଛି ମଞ୍ଚସ୍ଥ | ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧିଜୀଙ୍କ ବିଷୟବସ୍ତୁକୁ ଆଧାର କରି ତା ୨୩.୦୩.୨୦୨୧ ରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗାନ୍ଧିଙ୍କ ଓଡ଼ିଶା ନାଟକ ପରିବେଷଣ କରାଯାଇଛି | ଜାତି ର ପିତା ମହାତ୍ମା ଗାନ୍ଧି ଓଡିଶାକୁ ୮ ଥର ଆସିଥିଲେ(୧୯୨୧ ରୁ ୧୯୪୬) | ଏହାରି ଭିତରେ ଅନେକ ସଭା ସମିତି ସହିତ ପଦଯାତ୍ରା ସାଙ୍ଗକୁ ଲବଣ ସତ୍ୟାଗ୍ରହ ମଧ୍ୟ ହୋଇଥିଲା। ଏହି ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଗାନ୍ଧିଙ୍କ ଓଡ଼ିଶା ସହିତ ସମ୍ପର୍କକୁ ନେଇ ନାଟକ ମାଧ୍ୟମରେ ପରିବେଷଣ କରାଯାଇଛି । ସେହି ସମୟରେ ଗାନ୍ଧିଙ୍କ ସମସାମୟିକ ନେତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ରମାଦେବୀ ପ୍ରମୁଖଙ୍କ ସ୍ବାଧୀନତା ସଂଗ୍ରାମରେ ଥିବା ଭୂମିକା ସମ୍ପର୍କରେ ଉଲ୍ଲେଖ ରହିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗାନ୍ଧିଙ୍କୁ ସ୍ଵତନ୍ତ୍ର ଶ୍ରଦ୍ଧାଞ୍ଜଳି। ନାଟକ ଜରିଆରେ ଦର୍ଶକ ଓ ଆଜିକାର ଯୁବପିଢ଼ି ଜାଣିବେ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିବରଣୀ। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ସହ ୩୦ଟି ଜିଲ୍ଲାରେ ଗୋଟିଏ ଦିନ ରେ ଏକା ସମୟରେ ନାଟକ ପରିବେଷଣ କରାଯାଇଛି |


ଭବାନୀପାଟଣା ସହରର କଳାହାଣ୍ଡି ଲେଖକ କଳା ପରିଷଦ ମଞ୍ଚ ରେ ନାଟ୍ୟକ୍ଷେତ୍ର, ଭବାନୀପାଟଣା ଦ୍ୱାରା ମଧ୍ୟ ପରିଵେଶଣ ହୋଇଛି ନାଟକ “ଗାନ୍ଧୀ ଙ୍କ ଓଡିଶା” । ଏହି ଅବସରରେ କଳାହାଣ୍ଡି ଜିଲ୍ଲପାଳ ଡ଼ଃ ଗାଭାଲି ପରାଗ ହର୍ଷଦ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ |

Comments (0)
Add Comment