ପୁଣି ବ୍ରହ୍ମପୁର ସୁନା ଦୋକାନରୁ ଚୋରି ତଲାସ ରେ ପୋଲିସ

କୋଶଲ ନ୍ୟୁଜ୍ ବ୍ୟୁରୋ : ବ୍ରହ୍ମପୁର ଗତ ରାତିରେ ବଡ଼ବଜାର ସ୍ତିତ କେଶବ ଜୁଏଲାର୍ଷ ରୁ ଏକ ବଡ଼ ଧରଣର ଚୋରି ହୋଇଯାଇଛି । ଉକ୍ତ ଚୋରି ଘଟଣା ସମ୍ପର୍କ ରେ ସୁନା ଦୋକାନ ର ମାଲିକ ତଥା ବି. ସତ୍ୟନାରାଣ ସେନାପତି ବୟାନ ଦେଇଛନ୍ତି କି ଉକ୍ତ ଚୋର ଦଳ ଛାତ ଉପରପଟୁ ଦୋକାନ ଭିତରେ ପଶି ସେହି ଦୋକାନ ରୁ ପ୍ରାୟ ୪୦୦ ଗ୍ରାମ ସୁନା ସହ ୩ ଡ୍ର ରୁ ପାଖାପାଖି ୨ ଲକ୍ଷ ଟଙ୍କା ଚୋରି କରି ନେଇଜାଇଛନ୍ତି। ଉକ୍ତ କେଶବ ଜୁଏଲାର୍ଷ ର ନିଜସ୍ଵ ଲକର୍ ଥିବା ଯୋଗୁଁ ବଡଧରଣର ଚୋରି ରୁ ରକ୍ଷପାଇଯାଇଥିବାର ସୂତ୍ର ରୁ ଜଣାପଡିଛି।
ସଂପୃକ୍ତ ଘଟଣା ର ପୋଲିସ ତଦନ୍ତ ଚାଲିଛି ଚୋରି ର ସୁରାଗ୍ କାଳେ ଜଣା ନପଡୁ ସେଇଥିପାଇଁ ଚୋରମାନେ ସିସିଟିଭି ର ତାର ବି କଢ଼ିଦେଇଛନ୍ତି । ଏପରି ଚୋରି ବାରମ୍ବାର ଘଟୁଥିବାରୁ ସହର ବାସୀଙ୍କ ମନରେ ଭୟ ସୃଷ୍ଟି ହେଉଛି ଓ ପୋଲିସ ଉପରେ ଭରସା କରିଛନ୍ତି।
Comments (0)
Add Comment