ବଣଭୋଜିରୁ ଫେରି ଶୋଇପଡ଼ିଥିଲେ ପରିବାର ଲୋକେ, ଦୁର୍ବୁତ୍ତ ଘରୁ ଲୁଟିନେଲେ ସୁନା, ରୂପା ଓ ଟଙ୍କା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁସସ୍ଥଳୀ ଗ୍ରାମର ରାଧାକୃଷ୍ଣ ମନ୍ଦିର ପଛ ସାହିର ଏକ ଘରୁ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁର୍ବତ୍ତମାନେ ସୁନା, ରୂପା ଓ ଟଙ୍କା ଚୋରି କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯାହାର ମୂଲ୍ୟ ଆନୁମାନିକ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ପ୍ରକାରେ ବଡ଼କୁସସ୍ଥଳୀ ଗ୍ରାମର ରାଧାକୃଷ୍ଣ ମନ୍ଦିର ପଛପଟ ସାହିରେ ରହୁଥିବା ଶଙ୍କର ଜେନା ଓ ତାଙ୍କ ପରିବାର ଗତକାଲି  ବଣ ଭୋଜିରୁ ଫେରି କ୍ଲାନ୍ତ ହୋଇ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବତ୍ତମାନେ ବାରିପଟ କବାଟ ଭାଙ୍ଗି ଘରେ ପଶି ମଝି ଘରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ଆନୁମାନିକ ୧୦ ତୁଳା ସୁନା, ୫ ତୁଳା ରୂପା, ନଗଦ ଏକ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ କେସ ନଂ ୫୨୬/୨୩ ମାମଲା ରୁଜୁ କରି ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଘଟଣା  ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛନ୍ତି ।

ତଦନ୍ତ ଜାରି ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି । ଘରର ସମସ୍ତ ସଦସ୍ୟ ଘରେ ଥିବାବେଳେ କିପରି ଦୁର୍ବତ୍ତ ମାନେ ଚୋରି କରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ ଚୋରମାନେ ଘରର ସଦସ୍ୟ ବଣଭୋଜି ରୁ ଫେରିବା ପରେ କ୍ଳାନ୍ତ ହୋଇ ଶୋଇପଡିବା ନେଇ ଜାଣିଥିବା ଏବଂ ଚୋରି କରିବାରେ ସଫଳ ହୋଇଥିବା ଜଣାପଡିଛି।

Comments (0)
Add Comment