ସରକାରୀ ସହାୟତା ସାଜିଛି ସାତସପନ

ସରକାର ଗରିବ,ରୋଗୀ ଦିବ୍ୟାଙ୍ଗ ମାନଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଅନେକ ଯୋଜନା କରିଛନ୍ତି,କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ମନମୁଖି କାର୍ଯ୍ୟ ପାଇଁ ଅନେକ ଗରିବ ଓ ନିରୀହ ଲୋକମାନେ ସରକାରୀ ସହାୟତା ପାଇ ପାରୁନାହାଁନ୍ତି ।ଏହିପରି ଏକ ଦୃଶ୍ୟ ଦେଖିବାପାଇଁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଡହଗାଁ ଗ୍ରାମପଞ୍ଚାୟତର ସର୍ଗିଗୁଡା ଠାରେ ଏଠାରେ ବସବାସ କରୁଥିବା ବୁଦ୍ଧଦେବ ସିଂ ରାଜପୁତ ପିତା ଲୋକେଶ୍ୱର ସିଂ ରାଜପୁତ ବୟସ ୪୫ ,ତାଙ୍କର ଗୋଡରେ ଗୋଟିଏ କଣ୍ଟା ଲାଗିଥିଲା, ତାହା ଧିରେ ଧିରେ ଭୟଙ୍କର ରୂପ ଧାରଣ କରିଥିଲା, ଶେଷରେ ତାଙ୍କ ଗୋଡକୁ ଅସ୍ତ୍ରୋପଚାର କରାଯାଇଥିଲା।ପରେ ଧିରେ ଧିରେ ସେ ଦୁର୍ବଳ ହୋଇ ଯାଇଥିଲେ।ବର୍ତ୍ତମାନ ୮ ବର୍ଷ ହେଲା ସେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି।ସରକାରୀ ସହାୟତା କହିଲେ ମାସକୁ ୨୦ କେଜି ଚାଉଳ ମାତ୍ର ସେଥିରେ ତାଙ୍କ ପରିବାରର ପ୍ରତିପୋଷଣ ହୁଏ।ତାଙ୍କର ସ୍ତ୍ରୀ, ପୁଅ ,ଝିଅ ଓ ସେ ବର୍ତ୍ତମାନ ବହୁତ ଦୁଖଃ କଷ୍ଟରେ ଅଛନ୍ତି, ରୋଜଗାର କରୁଥିବା ବାପା ଶଯ୍ୟାଶାୟୀ ହେବାପରେ ପୁଅ,ଝିଅ ଙ୍କ ପାଠପଢ଼ାରେ ମଧ୍ୟ ଅର୍ଥ ସାଜିଛି ବାଧକ। ବୁଦ୍ଧଦେବ ଙ୍କ ପରିବାର ପ୍ରଶାସନ ପାଖରେ ଗୁହାରି କରିଛନ୍ତି ଯେ ତାଙ୍କୁ ସରକାରୀ ସହାୟତା ସହ ଭତ୍ତା, ଆବାସ ଯୋଜନାରେ ଗୃହ ଓ ତାଙ୍କ ପୁଅ ଝିଅର ପାଠପଢାରେ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।।


ଏ ସମ୍ବନ୍ଧରେ ଆମେ କୋକସରା ବିଡ଼ିଓ ଙ୍କ ପ୍ରତିକ୍ରିୟା ନେଇଥିଲୁ,କିନ୍ତୁ ତାଙ୍କ ପାଖରେ ସୂଚନା ନଥିଲା।।ବର୍ତ୍ତମାନ ସେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।।ବର୍ତ୍ତମାନ ଦେଖିବାକୁ ବାକି ରହିଲା ବିଡ଼ିଓଙ୍କ ପ୍ରତିଶ୍ରୁତି କେତେ ଦୂର କାର୍ଯ୍ୟକାରୀ ହେଉଛି।।

Comments (0)
Add Comment