ଜୁନାପାଣି ପଞ୍ଚାୟତ ମାଝୀଗୁଡା ଗାଁ ରେ‌ ଚାଲିଛି ଅବୈଧ ଇଟା ନିର୍ମାଣ

ବାରମ୍ବାର ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ। ଗ୍ରିନ୍ ଟ୍ରିବୁନାଲ ର ନିର୍ଦ୍ଦେଶନାମା କୁ ଭୃକ୍ଷେପ ନକରି ଡାବୁଗାଁ ଠାରୁ ମାତ୍ର ୨ /୩ କିମି ଦୂରରେ ଚାଲିଛି ମାଳମାଳ ଇଟା ଭାଟି। କ୍ଷୟ ହେଉଛି ଜମି ର ଉର୍ବରତା, ହେଉଛି ପରିବେଶ ପ୍ରଦୂଷଣ, ଗାଁ ରେ ରହୁଛି ଅସ୍ୱାସ୍ଥ୍ୟକର ପରିବେଶ। ଅନେକ ଅଭିଯୋଗ ପରେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ଜଣେ ବୁଦ୍ଧିଜୀବି, ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ଘଟଣା ର ସତ୍ୟାସତ୍ୟ କୁ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ରାସ୍ତାର ପାର୍ଶ୍ବରୁ ସ୍ପଷ୍ଟ ଦେଖାଯାଉଥିବା ମାଳ ମାଳ ଇଟାଭାଟି ସ୍ଥାନୀୟ ଆର୍ ଆଇ ଙ୍କ ଦୃଷ୍ଟି ଗୋଚର ହେଉ ନାହିଁ କି? ଯଦି ହେଉଛି ବର୍ଷ ବର୍ଷ ଧରି ଚାଲି ଥିବା ଏହି ବେଆଇନ କାର୍ଯ୍ୟ କେବେ ବନ୍ଦ ହେବ ବୋଲି ଜନ ସାଧାରଣଙ୍କ ପ୍ରଶ୍ନ। ଇଟା ଭାଟି ଗୁଡ଼ିକ ଦୃଷ୍ଟି ଗୋଚର ହେଉଥିବା ସତ୍ତ୍ବେ ଜଣେ ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ପ୍ରକୃତ ତଥ୍ୟ ହାସଲ ପାଇଁ ସୂଚନା ମାଗିଥିବା କହିଛନ୍ତି।

Comments (0)
Add Comment