ଭୁବନେଶ୍ୱରରେ କିନ୍ନରମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି

ଭୁବନେଶ୍ୱର : ଭୁବନେଶ୍ୱରରେ କିନ୍ନରମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି. ନୟାପଲ୍ଲୀଠାରେ ମେନକା କିନ୍ନରଙ୍କ ନେତୃତ୍ୱରେ କିନ୍ନରମାନେ ଏହି ବ୍ରତ ପାଳନ କରିଛନ୍ତି. ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି କିନ୍ନରମାନେ. ଏଥିସହ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା କଟକଣା ମଧ୍ୟରେ ସମସ୍ତ କିନ୍ନରମାନେ ଏହି ପୂଜାର୍ଚନା କରିଛନ୍ତି. କେବଳ ଗୁରୁ ନୁହଁନ୍ତି ସମସ୍ତ ପୁରୁଷ ସମାଜଙ୍କ ଲାଗି କିନ୍ନରମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି କିନ୍ନରମାନେ. ଏହି ଅବସରରେ ପାୟଲ, ଶ୍ରୀୟା, ସୋନାଲି, ରାଧା, ବର୍ଷା କିନ୍ନର ପ୍ରମୁଖଙ୍କୁ ତାଙ୍କ ଗୁରୁ ମେନକା ମଥାରେ ସିନ୍ଦୁର ଦେଇ ଦୀର୍ଘାୟୁ କାମନା କରିବା ସହ ସମାଜରେ ଭଲ କାମ କରିବାକୁ ଆଶୀର୍ବାଦ ଦେଇଥିଲେ.

Comments (0)
Add Comment