ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ର କୋର୍ କମିଟି ବୈଠକ

ମାଲାକନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ତା ୧୧/୦୭/୨୦୨୧ ରିଖ , ୨ ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ସଭା କକ୍ଷ ଠାରେ ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ମାଲକାନଗିରି ଶାଖା ସଭାପତି ଶ୍ରୀ ଶ୍ରୀନିବାସ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଊପ ସଭାପତି ଅପୂର୍ବ ଥଣ୍ଡର ,ଅସୀମ ବିଶ୍ଵାସ , ଜେମ୍ସ୍ ଲୁଇସ୍ ,କିଶୋର କୁମାର କୁଡୁଗୁଲୁ ଗୁମ୍ମା ର ଶ୍ରୀ ଭଗବାନ ସାହୁ ,ହୃଷୀକେଶ ସେଠୀ ଓ ଜେନା ବାବୁ ଆଦି ସଦସ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ଆଗାମୀ ମାଲକାନଗିରି ବିକାଶ ,ସାମାଜିକ ନ୍ୟାୟ, କୋଭିଡ ସଚେତନତା , କଭିଡ ଭେକ୍ସିନ ନିମନ୍ତେ ଗ୍ରାମାଞ୍ଚଳ ରେ ସଚେତନତା ପଲ୍ଲି ଅଞ୍ଚଳ ରେ ମୌଳିକ ସୁବିଧା ପାଇ ପାରୁନଥିବା ଅସହାୟ ମାନକୁ ସହାୟତା ପାଇଁ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । ସେହିପରି ସାଙ୍ଗଠନିକ ଦୃଢ ପାଇଁ ଏକ ମତ ସହଯୋଗ ନିମନ୍ତେ ଆଲୋଚନା କରାଯାଇଥିଲା ଉପସ୍ଥିତ ସଭ୍ୟ ମାନେ ସଂଘ ଓ ସାମାଜିକ ଉନ୍ନତି ପାଇଁ ସମସ୍ତ ସଭ୍ୟ ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ଶେଷରେ ଏକ ପ୍ରୀତି ଭଜନ ର ଆୟୋଜନ କରାଯାଇଥିଲା । ସମସ୍ତ ସଦସ୍ୟ IHRC ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ଶପଥଗ୍ରହଣ କରିଥିଲେ ।

Comments (0)
Add Comment