ଏସିଵି ହସ୍ପିଟାଲରୁ କୋଵିଡ଼ ରୋଗୀ ନିଖୋଜ

ଜଗତସିଂହପୁର, (କୋଶଲ ନ୍ୟୁଜ୍) କୁଜଙ୍ଗ ବ୍ଲକ୍ ପଙ୍କପାଳ ପଞ୍ଚାୟତର ଜନପାଳ ଗ୍ରାମର ଗନ୍ଧର୍ବ ଜେନା ନାମକ ଜଣେ ବ୍ୟକ୍ତି ମଇ ମାସ ୧୪ ତାରିଖରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ, ତେଣୁ ସେ ହୋମ୍ ଆଇସଲେସନରେ ରହୁଥିଲେ । ୧୮ ମଇରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଗୁରୁତର ହେବାରୁ ତାଙ୍କୁ ପାରାଦ୍ବୀପ କୋଭିଡ ଡ଼ାକ୍ତରରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ ୧୮ ରୁ ୨୧ ମଇ ଯାଏଁ ଚିକିତ୍ସିତ ହେଉଥିଲା । ୨୧ ମଇରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ହେବାରୁ ତାଙ୍କୁ କଟକର ଏସ୍.ସି.ବି ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ ତାଙ୍କ ପରିବାର ଲୋକ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବାକୁ ଚାହିଁଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ବ୍ୟକ୍ତି ଜଣକ ମିଳି ନଥିଲେ । ଏଣ୍ଟ୍ରି ରେଜିଷ୍ଟ୍ରେସନ୍ ରେ ନାମ ଅଛି, ମୃତକଙ୍କ ତାଲିକାରେ ନାମ ନାହିଁ, କିନ୍ତୁ ବ୍ୟକ୍ତି ଜଣକ ଆଜି ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ତାହେଲେ ସେ ଗଲେ କୁଆଡ଼େ? ରାଜ୍ୟ ସରକାର କୋଟିକୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଏହି ଘଟଣା ତାଙ୍କ ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ପରିବାର ଲୋକ ଆଜି ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ସନ୍ଧାନ ପାଇ ପାରୁ ନାହାଁନ୍ତି । ପ୍ରଶାସନ ରୋଗୀମାନଙ୍କୁ ମଣିଷ ଭଳି ଭାବିଥିଲେ ଏଭଳି ଅବ୍ୟବସ୍ଥା ହୋଇ ନଥା’ନ୍ତା । ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ନିଖୋଜ ବ୍ୟକ୍ତିଙ୍କ ଠାବ କରାଯାଇ ତାଙ୍କୁ ତାଙ୍କ ପରିବାରବର୍ଗଙ୍କ ପାଖକୁ ଫେରାଇ ଦିଆଯାଉ ଓ ରାଜ୍ୟ ସରକାରଙ୍କୁ ବି. ଜେ. ପି ନେତା ସମ୍ପଦ ସ୍ଵାଇଁ ବିନମ୍ର ଅନୁରୋଧ କରିଛିନ୍ତି ଯେ ଏହି ଘଟଣାରେ ସଂପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Comments (0)
Add Comment